fbpx

ଆର ବଲକୀଙ୍କ ଫିଲ୍ମରେ ଏକାଠି ଆସିବେ ୩ ସୁପରଷ୍ଟାର

ମୁମ୍ବାଇ: ଆର ବଲକୀଙ୍କ ଅପକମିଙ୍ଗ ଅନଟାଇଟଲଡ ଫିଲ୍ମରେ ଏକାଠି ନଜର ଆସିବାକୁ ଯାଉଛନ୍ତି ୩ ଜଣ ସୁପରଷ୍ଟାର । ଥ୍ରୀଲର ବର୍ଗର ଏହି ଫିଲ୍ମରେ ସାଉଥ୍ ସେନସେସନ ଦୁଲକର ସଲମାନ, ସନ୍ନି ଦେଓଲ ଏବଂ ପୂଜା ଭଟ୍ଟ ଏକାଠି ନଜର ଆସିବାକୁ ଯାଉଛନ୍ତି ।

ଫିଲ୍ମର ଟାଇଟଲ ଘୋଷଣା ହୋଇନଥିବା ବେଳେ ୨୦୨୨ରେ ଏହା ପରଦାକୁ ଆସିବ ବୋଲି ଜଣାପଡିଛି । ଏହି ୩ ସୁପରଷ୍ଟାର ପ୍ରଥମ ଥର ପାଇଁ ପରସ୍ପର ସହିତ ସ୍କ୍ରିନ ଶେୟାର କରିବେ । ମୁମ୍ବାଇ ଏବଂ ଏହାର ପାଖାପାଖି ଏହି ଫିଲ୍ମଟି ଶୁଟିଂ କରାଯିବ ବୋଲି ବଲକୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.