fbpx

ଲଜ୍ଜା: ୬ ବର୍ଷୀୟା ବାଳିକାକୁ ଦୁଷ୍କର୍ମ, ଏମ୍ସରେ ଭର୍ତ୍ତି ହେଲେ ପୀଡ଼ିତା

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀ । ଦିଲ୍ଲୀରେ ବୁଧବାର ପୁଣି ଘଟିଯାଇଛି ଏକ ଲୋମହର୍ଷଣକାରୀ ଦୁଷ୍କର୍ମ । ଜଣେ ୬ ବର୍ଷୀୟା ବାଳିକାକୁ ପଡୋଶୀ ଦୁଷ୍କର୍ମ କରିଥିବା ବେଳେ ଗୁରୁତର ଅବସ୍ଥାରେ ବାଳିକା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ବୁଧବାର ଘଟିଯାଇଛି ଏହି ଘଟଣା । ୯ ବର୍ଷୀୟ ଦଳିତ ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ମନରୁ ଲିଭିନଥିବା ବେଳେ ଏହି ଘଟଣା ସମ୍ମୁଖକୁ ଆସିଛି ।

ବୁଧବାର ଦିନ ୧୧ଟା ବେଳେ ବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ମାଇନାରୁ ଦୁଷ୍କର୍ମ ହୋଇଥିବା ଜଣାପଡିବା ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ପୀଡିତାଙ୍କ ପଡୋଶୀ ଏବଂ ବୟସ ୩୪ ବର୍ଷ ବୋଲି ଜଣାପଡିଛି । ପୋକ୍ସୋ ଆକ୍ଟ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ପୀଡିତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.