fbpx
BSKY
BJD SHG SKY
BJD MC SKY

ଢାବା ମାଲିକାଣୀ ହତ୍ୟା ଘଟଣା: ୨ ସୁପାରୀ କିଲର୍‌ଙ୍କ ସମେତ ୪ ଗିରଫ

ନୂଆପଡ଼ା (ଭାସ୍କର ନ୍ୟୁଜ୍‌): ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ସ୍ଥିତି ଆପନା ଢ଼ାବା ମାଳିକାଣୀ ବାସନ୍ତୀ ମେହେର ହତ୍ୟା ଘଟଣାର ପର୍ଦାଫାସ ହୋଇଛି । ପାରିବାରିକ ବିବାଦ କାରଣରୁ ହତ୍ୟା କରିବାରେ ତାଙ୍କ ଜ୍ୱାଇଁ ଏବଂ ତାଙ୍କ ବଡ଼ ଭାଇ ସାମିଲ ରହିଥିବା ପୋଲିସ ପକ୍ଷରୁ ପ୍ରକାଶ । ଖଡ଼ିଆଳ ଥାନା କାର୍ଯ୍ୟାଳୟ ସମ୍ମୁଖରେ ନୂଆପଡା ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ଖଡ଼ିଆଳ ଥାନାରେ କେସ୍‌ ନମ୍ବର ୨୭୧ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରିଛନ୍ତି ।

ବାସନ୍ତୀ ମେହେରଙ୍କୁ ହତ୍ୟା କରିବା ନେଇ ଜ୍ୱାଇଁ ଏବଂ ତାଙ୍କ ବଡ଼ ଭାଇ ମିଳିତ ଯୋଜନା କରିଥିଲେ । ସେମାନେ ବୁର୍ଲା ଅଞ୍ଚଳରୁ ଦୁଇ ଗୋଟି ସାର୍ପ ସୁଟର୍‌କୁ ନିଯୁକ୍ତି କରିଥିଲେ । ଉଭୟଙ୍କ ମଧ୍ୟରେ ୬ଲକ୍ଷ ଟଙ୍କାରେ ଚୁକ୍ତି ହୋଇଥିବା ବେଳେ ପୂର୍ବରୁ ୨ ଲକ୍ଷ ଟଙ୍କା ଦେଇଥିବା ବେଳେ ହତ୍ୟା ପରେ ୪ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିଥିଲେ । ଯୋଜନା ମୁତାବକ ଦୁଇ ସୁଟର୍‌ ଏକ ଦେଶୀ ବନ୍ଧୁକରେ ଆସି ଖାଦ୍ୟ ମାଗିବାକୁ ଯାଇ ସମ୍ମୁଖରେ ସୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଯାଇଥିଲେ । ଏହି ଘଟଣାରେ ୪ ଜଣଙ୍କୁ ଗିରିଫ କରିଥିବାବେଳେ ୯୦ ହଜାର ଟଙ୍କା ନଗଦ, ୪ ଗୋଟି ମୋବାଇଲ୍‌, ଦୁଇ ଗୋଟି ବାଇକ୍‌ ଜବତ କରିଛି ପୋଲିସ ।

 

Get real time updates directly on you device, subscribe now.