fbpx

କରୋନା ସମୟରେ କାଢ଼ା ସେବନ କେତେ ଠିକ୍ ? କ’ଣ କୁହନ୍ତି ଡାକ୍ତର…

ଓଡ଼ିଶା ଭାସ୍କର: ଦେଶରେ ପୁଣି ଥରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି । ପୁଣି ଥରେ ମାସ୍କ ଓ ଲକ୍‌ଡାଉନକୁ ନେଇ ଲୋକମାନଙ୍କ ମନରେ ଭୟ ଦେଖିବାକୁ ମିଳିଛି । ସାଧାରଣ ଥଣ୍ଡା, କାଶ, ସର୍ଦ୍ଦି ବା ଫ୍ଲୁ ଭଳି ଭାଇରାଲ ଇନଫେକ୍ସନର ଲକ୍ଷଣ ଦେଖାଗଲେ ଲୋକମାନେ ବିଭିନ୍ନ ଆଣ୍ଟିବାୟୋଟିକ ସହ କାଢ଼ାର ସେବନ କରିଥାନ୍ତି । ଅଧିକାଂଶ ଲୋକମାନଙ୍କ ଧାରଣା ଥାଏ ଯେ ଆଣ୍ଟିବାୟୋଟିକ ଔଷଧର ସେବନ କରିବା ଦ୍ୱାରା ଶୀଘ୍ର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ । ତେବେ ଡାକ୍ତରଙ୍କ ବିନା ଅନୁମତିରେ ଔଷଧ ସେବନ କରିବା କାରଣରୁ ଲୋକମାନେ ପାଶ୍ୱର୍ପ୍ରତିକ୍ରିୟାର ଶିକାର ହୋଇଥାନ୍ତି । ଡାକ୍ତରଙ୍କ ଅନୁଯାୟୀ ଅଧିକାଂଶ ମାତ୍ରାରେ କାଢ଼ାର ସେବନ ଏବଂ ଆଣ୍ଟିବାୟୋଟିକର ସେବନ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ ।

– କିଡ଼ନୀ ଏବଂ ଲିଭରକୁ କ୍ଷତି ପହଞ୍ଚାଇଥାଏ

– ପରିସ୍ରା ପୋଡ଼ା

– ନାକରୁ ରକ୍ତ ବାହାରିବା

– ପାଇଲ୍ସ

– ଗଳାରେ ଫୁଲା ଏବଂ ଯନ୍ତ୍ରଣା

– ପାଟି ଏବଂ ପେଟରେ ଅଲସର ହେବାର ଆଶଙ୍କା ଦେଖା ଦେଇଥାଏ

କାଢ଼ା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସତ କିନ୍ତୁ କାଢ଼ା ପିଇବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା ଉଚିତ:

– ସକାଳେ ଖାଲି ପେଟରେ କାଢ଼ା ପିଇବା ଠାରୁ ଦୂରେଇ ରୁହନ୍ତୁ ।

– ଅତିକମରେ ସପ୍ତାହରେ ୨-୩ ଥର କାଢ଼ାର ସେବନ କରିବା ଉଚିତ ।

– କାଢ଼ାରେ ବ୍ୟବହୃତ ସାମଗ୍ରୀ ସନ୍ତୁଳିତ ମାତ୍ରାରେ ବ୍ୟବହାର କରନ୍ତୁ ।

 

Get real time updates directly on you device, subscribe now.