fbpx

ବିଶ୍ୱ ମାନ୍ୟତା ଆଧାରରେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକକୁ ନେଇ ଓଡ଼ିଶା ପାଇଁ ଆସିଛି ଖୁସି ଖବର ଆସିଛି । ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସ୍ପ୍ରିିଣ୍ଟର ଦୂତୀ ଚାନ୍ଦ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ ବର୍ଗରେ ଦୂତୀ ଯୋଗ୍ୟତା ଅଜର୍ନ କରିଛନ୍ତି । ଫଳରେ ତାଙ୍କୁ ଅଲିମ୍ପିକ ପାଇଁ ଟିକେଟ୍ ମିଳିଛି । ବିଶ୍ୱ ମାନ୍ୟତା ଆଧାରରେ ଯୋଗ୍ୟତା ହାସଲ କରିଛନ୍ତି ଦୂତୀ । ଅର୍ଜୁନ ପୁରସ୍କାର ବିଜେତା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ ସମ୍ପର୍କରେ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ତେବେ ଓଡ଼ିଆ ଧାବିକା ଦୂତି ଚାନ୍ଦ ତାଙ୍କ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୧୦୦ ମିଟର ରେସର ପୂର୍ବ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୧.୧୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେ ନିଜ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟପଟେ ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ ।

କ୍ୱାଲିଫାଏ ପରେ ଦୂତୀ ଚାନ୍ଦ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବିଶ୍ୱ ମାନ୍ୟତା ଆଧାରରେ ଯୋଗ୍ୟତା ହାସଲ କରିବାର ଆଶ ଥିଲା । ୨ ବର୍ଷ ହେଲା ଦେଖୁଥିବା ଟୋକିଓ ସ୍ୱପ୍ନ ସାକାର ହୋଇଛି । ଓଡିଶାବାସୀଙ୍କ ଆଶୀର୍ବାଦ ରହିଲେ ଆଗକୁ ସଫଳ ହେବି । ଟୋକିଓ ଅଲିମ୍ପକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଛି । ବିଗତ ୨ ବର୍ଷ ହେଲା ମୁଁ ଭଲ ପ୍ରଦର୍ଶନ କରିଆସିଛି । ନିଶ୍ଚିତ ଭାବେ ଭଲ ହେବ ବୋଲି ଆଶା କରୁଛି ।’

Get real time updates directly on you device, subscribe now.