fbpx

ବାରମ୍ବାର ଖାଦ୍ୟକୁ ଗରମ କରି ଖାଉଥିଲେ ସାବଧାନ ! ଶରୀର ପାଇଁ କ୍ଷତିକାରକ

Advertisement

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ। କିନ୍ତୁ ଜାଣିଛନ୍ତି କି, ଦ୍ୱିତୀୟ ଥର ଗରମ କରି ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ କ୍ଷତିକାରକ। କାରଣ ଫ୍ରିଜ୍‌ରେ ସାଇତି ରଖିଥିବା ଖାଦ୍ୟକୁ ପୁଣି ଥରେ ଗରମ କଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହେବା ସହ ଏହାର ସ୍ବାଦ ମଧ୍ୟ ବଦଳି ଯାଇଥାଏ। ତେବେ ଜାଣନ୍ତୁ କେଉଁ କେଉଁ ଖାଦ୍ୟଗୁଡ଼ିକୁ ଗରମ କଲେ ତାହା ଶରୀର ପାଇଁ ହାନିକାରକ।

ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ପ୍ରଚୁର ମାତ୍ରାରେ ଆଇରନ ଓ ପୋଷକ ତତ୍ତ୍ୱ ରହିଥାଏ। ଏଥିସହ ଏଥିରେ ନାଇଟ୍ରେଟର ମାତ୍ରା ମଧ୍ୟ ଅଧିକ ରହିଛି। ଏହି କାରଣ ଯୋଗୁ ପାଳଙ୍ଗ ଶାଗକୁ ଦ୍ୱିତୀୟ ଥର ଗରମ କଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କେବଳ ସେତିକି ନୁହେଁ ଏହାକୁ ପୁଣି ଗରମ କରିବା ଦ୍ୱାରା ଏଥିରେ କାର୍ସିନୋଜୋନିକ ପ୍ରୋପର୍ଟି ତିଆରି ହୋଇଥାଏ, ଯାହାଦ୍ୱାରା କ୍ୟାନସର ରୋଗ ହେବାର ଅଧିକ ଆଶଙ୍କା ରହିଥାଏ।

ଚିକେନ: ଚିକେନକୁ ପୁଣି ଥରେ ଗରମ କଲେ ଏଥିରେ ଥିବା ପ୍ରୋଟିନର ଉପାଦାନ ସବୁ ବଦଳି ଯାଇଥାଏ। ଏଥିସହ ହଜମ ପ୍ରକ୍ରିୟାରେ ମଧ୍ୟ ପ୍ରଭାବ ପକାଇଥାଏ। ଦ୍ୱିତୀୟ ଥର ଗରମ କରାଯାଇଥିବା ଚିକେନକୁ ଖାଇଲେ ସହଜରେ ହଜମ ହୋଇ ନ ଥାଏ। ଯଦି ଏହାକୁ ଗରମ କରି ଖାଇବାକୁ ଚାହୁଁଛନ୍ତି ତା’ହେଲେ ଧିମା ଆଞ୍ଚରେ ଗରମ କରନ୍ତୁ।

ଆଳୁ: ଛୋଟ ଛୁଆ ହୁଅନ୍ତୁ କି ବୃଦ୍ଧ ଆଳୁ ସମସ୍ତଙ୍କର ପ୍ରିୟ। ଏଥିରୁ ଭିନ୍ନ ଭିନ୍ନ ପ୍ରକାରର ସ୍ବାଦଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି କେତେକେ ଫ୍ରିଜ୍‌ରେ ରଖି ପରେ ଗରମ କରି ଖାଇବାକୁ ଭଲ ପାଆନ୍ତି। ମନେରଖନ୍ତୁ, ଆଳୁରେ ପୋଟାସିୟମ୍‌, ଭିଟାମିନ୍‌-ବି୬ ଓ ଭିଟାମିନ୍‌-ସି ପ୍ରଚୁର ପରିମାଣରେ ରହିଛି। ଏହାକୁ ପୁଣି ଗରମ କଲେ ଏଥିରୁ ଜୀବାଣୁ ଜନ୍ମ ହୋଇଥାନ୍ତି, ଯାହା ଆମ ଶରୀର ପାଇଁ କ୍ଷତିକାରକ।

Get real time updates directly on you device, subscribe now.