ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି ।
କୋରାପୁଟ କଫିର ଚାହିଦା ବୃଦ୍ଧି ପାଇଁ ଇ-କମର୍ସ ପ୍ଲାଟଫର୍ମ ଲଞ୍ଚ କରାଯାଇଛି । ଏହି ଇ-କମର୍ସ ପ୍ଲାଟଫର୍ମକୁ ଭିସି ଜରିଆରେ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦୁଇଟି କଫି ଆଉଟଲେଟ୍ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲା ଓ ପୁରୀ ନୀଳାଦ୍ରୀ ବିଚ୍ ରେ ଦୁଇଟି ଆଉଟଲେଟ ପାଇଁ ହୋଇଛି ନିଷ୍ପତ୍ତି । ଦେଶରେ ଓ ବିଦେଶରେ କୋରାପୁଟ କଫିର ଚାହିଦା ବୃଦ୍ଧି ନେଇ ପଦକ୍ଷେପ । କୋରାପୁଟ ସମୁଦ୍ର ପତ୍ତନ ଠାରୁ ୩ ହଜାର ମିଟର ଉଚ୍ଚରେ ଥିବାରୁ ଏହା କଫି ଚାଷ ପାଇଁ ପ୍ରକୃଷ୍ଟ ସ୍ଥାନ ।