fbpx

ସମସ୍ତ AIIMSରେ ନିଯୁକ୍ତି କରିପାରନ୍ତି କେନ୍ଦ୍ର ସରକାର! ତିଆରି ହେଲା ଉଚ୍ଚସ୍ତରୀୟ କମିଟି ଗଠନ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାରା ଦେଶର ଏମ୍ସରେ କେନ୍ଦ୍ର ସ୍ତରୀୟ ନିଯୁକ୍ତ କରିବାକୁ ବିଚାର କରୁଛି । ଏହି ନିଯୁକ୍ତି ଉଭୟ ଏକାଡେମିକ୍ ଏବଂ ଅଣ-ଏକାଡେମିକ୍ ସ୍ତରରେ ହେବ । ତେବେ ଦେଶରେ ନୂଆ ଭାବେ ଖୋଲାଯାଇଥିବା ଏମ୍ସରେ କର୍ମଚାରୀଙ୍କ ଅଭାବ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି । ଏହି କାରଣରୁ କେନ୍ଦ୍ର ସରକାର ନିଜେ ଏହି ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ହେବାର ସମ୍ଭାବନାକୁ ବିଚାର କରୁଛନ୍ତି । ଏବେ ଏମ୍ସ ଅନୁଷ୍ଠାନମାନେ ନିଜେ ନିଜ ସ୍ତରରେ କର୍ମଚାରୀଙ୍କ ନିଯୁକ୍ତି କରୁଛନ୍ତି ।

ଏମ୍ସରେ କେନ୍ଦ୍ର ସରକାରଙ୍କ ଦ୍ୱାରା କର୍ମଚାରୀ ନିଯୁକ୍ତିର ସମ୍ଭାବନାକୁ ବିଚାର କରିବା ପାଇଁ ଏକ କମିଟି ଗଠନ କରାଯାଇଛି, ଯେଉଁଥିରେ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ, ଅତିରିକ୍ତ ସଚିବ, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ, ନୂଆଦିଲ୍ଲୀ ସ୍ଥିତି ,ମ୍ସ ନିର୍ଦ୍ଦେଶକ ସାମିଲ ଅଛନ୍ତି ।

ଜାନୁଆରୀ ୮ ରେ ଏମ୍ସ ଭୁବନେଶ୍ୱରରେ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ବଡି (ସିଆଇବି) ର ବୈ ଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଭିନ୍ନ ଏମ୍ସରେ ଅଧ୍ୟାପକ ଏବଂ ଅନ୍ୟ କର୍ମଚାରୀଙ୍କ ଶୀଘ୍ର ନିଯୁକ୍ତି ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଏମ୍ସ ପ୍ରତିଷ୍ଠାନଗୁଡ଼ିକରେ କେନ୍ଦ୍ରୀୟ ସ୍ତରରେ କର୍ମଚାରୀଙ୍କ ନିଯୁକ୍ତିକୁ ବିଚାର କରାଯାଇଥିଲା । ୨୮ ଫେବୃଆରୀରେ ଏ ବାବଦରେ ଏକ କମିଟି ଗଠନ କରାଯାଇଥିଲା ।

Get real time updates directly on you device, subscribe now.