fbpx
BJD
BJD SKY
BJD SKY

ସମୟ ପୂର୍ବରୁ ମୃତ୍ୟୁର କାରଣ ହୋଇପାରେ Intermittent Fasting: ଜାଣନ୍ତୁ କ’ଣ କହୁଛି ଷ୍ଟଡୀ

BJD

ଆଜିକାଲି ଓଜନ କମାଇବାକୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ପଦ୍ଧତି ଫଲୋ କରୁଛନ୍ତି ଅନେକ ଲୋକ । ବଲିଉଡ ସେଲିବ୍ରିଟିଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏହି ପ୍ରକାରର ଡାଏଟ୍ ଅନୁସରଣ କରୁଛନ୍ତି । ତେବେ ଏକ ନୂଆ ଅଧ୍ୟୟନରେ କୁହାଯାଇଛି ଯେ, ଇଣ୍ଟରମିଟେଣ୍ଟ ଫାଷ୍ଟିଂ ରେ ଅକାଳ ମୃତ୍ୟୁ ହେବାର ଆଶଙ୍କା ବଢ଼ିପାରେ । ଅଧ୍ୟୟନ ଅନୁଯାୟୀ, ତିନିଥର ତୁଳନାରେ ଦିନକୁ ଥରେ ଖାଇବା ଦ୍ୱାରା ମୃତ୍ୟୁ ହେବାର ଆଶଙ୍କା ୩୦% ବଢ଼ିଥାଏ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଠିକ୍ ସମୟରେ ଜଳଖିଆ ନ ଖାଇବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ଅଧିକ ଥିବାବେଳେ ମଧ୍ୟାହ୍ନ ଭୋଜନ କିମ୍ବା ଜଳଖିଆ ନ ଖାଇବା ଦ୍ୱାରା ମୃତ୍ୟୁ ହେବାର ସମ୍ଭାବନା ବଢ଼ିଥାଏ । ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଲୋକମାନେ ବ୍ୟାୟାମ କରିବା ସହ ସୁସ୍ଥ ଖାଦ୍ୟ ଖାଆନ୍ତି ଏବଂ କଦାପି ଧୂମପାନ ନକରନ୍ତି , ତେବେ ଓମଜ କମିଯିବ । କିନ୍ତୁ ଭୋଜନ ସମୟରେ ଦୀର୍ଘ ବ୍ୟବଧାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଏହି ଅଧ୍ୟୟନର ଫଳାଫଳ ଦର୍ଶାଏ ଯେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଏକ ନିରାପଦ ଏବଂ ପ୍ରଭାବଶାଳୀ ଓଜନ ହ୍ରାସ ପଦ୍ଧତି ନୁହେଁ । ଏହା ପରିବର୍ତ୍ତେ ଲୋକମାନେ ନିୟମିତ ଏବଂ ସ୍ୱାସ୍ଥ୍ୟକର ଭାବରେ ଖାଇବାକୁ ଚେଷ୍ଟା କରିବା ଉଚିତ୍ ।

ଏକ ସମୟରେ ଅଧିକ ଖାଇବା ବିପଜ୍ଜନକ :-
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଇଣ୍ଟରମିଟେଣ୍ଟ ଫାଷ୍ଟିଂ କରୁଥିବା ଲୋକମାନେ ପ୍ରାୟତଃ ଏକ ସମୟରେ ଅଧିକ ଖାଇଥା’ନ୍ତି । ଏହା ଶରୀରର କୋଷଗୁଡ଼ିକର କ୍ଷତି ଘଟାଇପାରେ । ଟେନିସି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏକ ନୂତନ ଅଧ୍ୟୟନରେ ଜାଣିବାକୁ ପାଇଲେ ଯେ ଦିନକୁ ତିନିଥର ଖାଇବା ହେଉଛି ସର୍ବୋତ୍ତମ ଉପାୟ । ତଥାପି, ଅଧ୍ୟୟନରୁ ଜଣାପଡିଛି ଯେ ଭୋଜନ ମଧ୍ୟରେ ବହୁତ କମ୍ ସମୟ ମଧ୍ୟ ଅକାଳ ମୃତ୍ୟୁ ହେବାର ଆଶଙ୍କା ବଢ଼ାଇଥାଏ । ଗବେଷକମାନେ ବିଶ୍ୱାସ କରନ୍ତି ଯେ, ଅଧିକ ଖାଇବା ଶରୀରର ହଜମ ପ୍ରକ୍ରିୟା ଉପରେ ଚାପ ପକାଇଥାଏ । ଏହା ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଗ୍ରହଣ କରିବା କଷ୍ଟକର କରିପାରେ । ଏହି ଅଧ୍ୟୟନର ଫଳାଫଳ ଦର୍ଶାଏ ଯେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଏକ ନିରାପଦ ଏବଂ ପ୍ରଭାବଶାଳୀ ଓଜନ ହ୍ରାସ ପଦ୍ଧତି ନୁହେଁ । ଏହା ପରିବର୍ତ୍ତେ, ଲୋକମାନେ ନିୟମିତ ଏବଂ ସ୍ୱାସ୍ଥ୍ୟକର ଭାବରେ ଖାଇବାକୁ ଚେଷ୍ଟା କରିବା ଉଚିତ୍ ।

Get real time updates directly on you device, subscribe now.