ଆଗକୁ ଗାଁ ଗାଁରେ ହେବ ମକଡ୍ରିଲ, କାଲି ୪ଟାରେ ବାଜିବ ସାଇରନ୍

ଭୁବନେଶ୍ୱର: ଆଗକୁ ଗାଁରେ ବି ହେବ ମକଡ୍ରିଲ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୁରେଶ ପୂଜାରୀ ।

କାଲି ଅପରାହ୍ନ ୪ଟାବେଳେ ବାଜିବ ମକଡ୍ରିଲ୍ ସାଇରନ୍ । ଏ ସମ୍ପର୍କରେ ଅବଗତ କରାଇଛନ୍ତି, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ । ବୁଧବାର ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକ୍ ଡ୍ରିଲ୍ ।

ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ଜଣାଇଦିଆଯିବ । ମକ ଡ୍ରିଲ ଆରମ୍ଭ ପୂର୍ବରୁ ପାଖାପାଖି ୫ ମିନିଟ୍ ଧରି ସାଇରନ୍ ବାଜିବ ।

ଏହାପରେ ଯାଇ ମକ୍ ଡ୍ରିଲ୍ ଆରମ୍ଭ କରାଯିବ । ମକ ଡ୍ରିଲ୍ ସରିଲା ପରେ ଆଉ ଥରେ ସାଇରନ୍ ବାଜିବ ।

ସାଧାରଣତଃ କଂକ୍ରିଟ ଛାତତଳେ ରହିବାକୁ ପରାମର୍ଶ ଦିଆଯିବ । ବସ୍ତି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ଓଡ଼ିଶାର ୧୨ ଜିଲ୍ଲାରେ ମକଡ୍ରିଲ୍ କରାଯିବ ।