fbpx

ମିଳିଲା କି’ ଏଲିୟନଙ୍କ ସନ୍ଧାନ ? ୮୨ ଘଣ୍ଟାରେ ମହାକାଶରୁ ଆସିଲା ୧୮୬୩ ରେଡିଓ ସିଗ୍ନାଲ: ବଢ଼ିଲା ରହସ୍ୟ..

ନୂଆଦିଲ୍ଲୀ: ମିଳିଲାକି ଏଲିୟନଙ୍କ ସନ୍ଧାନ?… ମହକାଶରୁ ପୃଥିବୀକୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ । ବୈଜ୍ଞାନିକଙ୍କୁ ଅନ୍ତରୀକ୍ଷର ଏକ କୋଣରୁ ଲଗାତାର ପୃଥିବୀକୁ ସିଗ୍ନାଲ ଆସୁଛି । ଏହାକୁ ରେକର୍ଡ ମଧ୍ୟ କରାଯାଇଛି । ଏହି ନୂଆ ପ୍ରକାରର ରେଡିଓ ସିଗ୍ନାଲ ଯାହା ସାମାନ୍ୟ ଫାଷ୍ଟ ରେଡିଓ ବର୍ଷ୍ଟ (Fast Radio Burst- FRB) ଠାରୁ ଅଲଗା । ବୈଜ୍ଞାନିକମାନେ ଲଗାତାର ୯୧ ଘଣ୍ଟା ସେହି ଦିଗରେ ରେଡିଓ ଟେଲିସ୍କୋପ୍ ଦ୍ୱାରା ନିରୀକ୍ଷଣ କରିଥିଲେ ଯେଉଁଠାରୁ ସିଗ୍ନାଲ ମିଳିଥିଲା । ଯେଉଁଥିରେ ୮୨ ଘଣ୍ଟା ପର୍ଯ୍ୟନ୍ତ ୧୮୬୩ ସିଗ୍ନାଲ ଆସିଥିଲା ।

ଏହି ସିଗ୍ନାଲ ଆମ ପୃଥିବୀଠାରୁ ସୁଦୂର ଏକ ଗାଲାକ୍ସୀରୁ ଆସୁଛି । ଯେଉଁଠାରୁ ଏହି ସିଗ୍ନାଲ ଆସୁଛି, ତାହାର ନାମ FRB 20201124A । ଏହାକୁ ଚୀନର ଫାଇଭ ହଣ୍ଡ୍ରେଡ୍ ମିଟର ଅର୍ପଚର ସ୍ପେରିକାଲ ରେଡିଓ ଟେଲିସ୍କୋପ୍ (FAST) ଦ୍ୱାରା ରେକର୍ଡ କରାଯାଇଛି । ଏହି ସିଗ୍ନାଲର ଗବେଷଣା ଚୀନର ପେକିଂ ୟୂନିଭର୍ସିଟିର ଆଷ୍ଟ୍ରୋନୋମର ହ୍ୟାଗ ଶୁ କରୁଛନ୍ତି । ହ୍ୟାଙ୍ଗ ଶୁ କହିଛନ୍ତି ଯେ ସେହି ଗାଲାକ୍ସୀରେ ଏକ ନ୍ୟୁଟନ୍ ଷ୍ଟାର ରହିଛି । ଯାହା ରେଡିଓ ସିଗ୍ନାଲ ପଠାଉଛି । ଏହି ତାରାକୁ ଜଙ୍ଗଲରେ ବୁଲୁଥିବା ହିଂସ୍ର ମାଂସାହାରୀ ପ୍ରାଣୀ ଭାବରେ ତୁଳନା କରାଯାଉଛି ।

ଲାସ ଭେଗାସ ସ୍ଥିତ ୟୂନିଭର୍ସିଟି ଅଫ୍ ନେଭାଦାର ଆଷ୍ଟ୍ରୋଫିଜିସିଷ୍ଟ ବିଙ୍ଗ ଝଙ୍ଗ କହିଛନ୍ତି ଯେ ଏହି ସିଗ୍ନାଲ ଆମକୁ ଆଶ୍ଚର୍ଯ୍ୟ କରାଇଦେଇଛି । ଏହାର ଗବେଷଣା ଆମେରିକାର ବୈଜ୍ଞାନକଙ୍କ ସହ ମିଶି କରାଯାଉଛି । ଏହା ଆମ କଳ୍ପନାରୁ ଅଧିକ ରହସ୍ୟମୟ । ଏଥିରେ ଅନେକ ଭିନ୍ନ ଭିନ୍ନ ୱେଭଲେନ୍ଥର ରେଡିଓ ସିଗ୍ନାଲ ମିଳିଛି । ଯାହାର ଯାଞ୍ଚ କରାଯାଉଛି । ଏହା ଅନ୍ୟ କୌଣସି ଦୁନିଆରୁ ଆମ ପାଇଁ କୌଣସି ପ୍ରକାରର ସନ୍ଦେଶ କି ନାହିଁ । କିନ୍ତୁ ଏହା ଏତେ ସହଜ ନୁହେଁ ।

Get real time updates directly on you device, subscribe now.