fbpx

ଗୋଟିଏ ଘରେ ସ୍ୱାମୀ, ସ୍ତ୍ରୀ ଓ ସେ: ପ୍ରେମିକାଙ୍କ ହାତକୁ ଟେକି ଦେଲେ ନିଜ ମଥାର ସିନ୍ଦୁର

ତିରୁପତି: ପ୍ରେମ, ବୋଧହୁଏ ଏହି ଶବ୍ଦଟି ଏବେ କଳଙ୍କିତ ଅବସ୍ଥାରେ ପହଞ୍ଚିଛି । ପ୍ରେମ ନାଁରେ ଧୋକା ଏବଂ ପ୍ରତାରଣା ହିଁ ଦେକିବାକୁ ମିଳୁଛି । ଏମିତିକି ଏହି ପ୍ରେମର ଦ୍ୱାହି ଦେଇ କିଏ କାହାକୁ ହତ୍ୟା କରି ଦେଲାଣି ତ କିଏ କାହାର ଇଜ୍ଜତ ଲୁଟି ନେଇଛି । କିନ୍ତୁ ଏହି ଘଟଣା ସେମିତି ନୁହେଁ । ସମସ୍ତଙ୍କ ପ୍ରେମ କାହାଣୀଠୁ ଅଲଗା ତିରୁପତିର ଏହି ପ୍ରେମ କାହାଣୀ । ପ୍ରେମର ମାନେ ଯେ ତ୍ୟାଗ, ଏହି କଥାକୁ ବହୁତ ଭଲ ସେ ବୁଝିଛନ୍ତି ଏଠାକାର ମହିଳା । ଆସନ୍ତୁ ଜାଣିବା ପ୍ରକୃତ ଘଟଣା ।

ଆନ୍ଧ୍ରପ୍ରଦେଶର ତିରୁପତିରୁ ଦେଖିବାକୁ ମିଳିଛି ଏକ ନିଆରା ପ୍ରେମ କାହାଣୀ । ପ୍ରେମରେ ତ୍ୟାଗ କଥା ଉଠିଲେ ହୁଏତ କିଏ ଟଙ୍କା-ପଇସା କିମ୍ବା ନିଜ ଜବ୍ ଛାଡି ଦେଇଥିବାର ମାମଲା ଆପଣ ଶୁଣିଥିବେ । କିନ୍ତୁ ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପ୍ରେମକୁ ସମ୍ମାନ ଜଣାଇ ନିଜ ଶଙ୍ଖା-ସିନ୍ଦୁର ଆଉ ନିଜ ଖୁସିକୁ ବଳି ଦେଇଛନ୍ତି । ଅନ୍ୟ ଜଣେ ମହିଳାଙ୍କ ସହ ସ୍ୱାମୀୁ ବିବାହ କରି ଦେଇଛନ୍ତି ସ୍ତ୍ରୀ । କଲ୍ୟାଣ ନାମକ ଜଣେ ଯୁବକଙ୍କ ବିମଳାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବଂ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

तीनों ने तस्वीरें भी लीं जो सोशल मीडिया पर वायरल हो गईं (फोटो- NEWS18)

କିନ୍ତୁ ଏହି ସମୟରେ ଉଭୟଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ କଲ୍ୟାଣଙ୍କ ପୂର୍ବ ପ୍ରେମିକା ନିତ୍ୟାଶ୍ରୀ । ଫଳରେ କଲ୍ୟାଣ ଏବଂ ବିମଳାଙ୍କ ମଧ୍ୟରେ ଆରମ୍ଭ ହୁଏ ମନମାଳିନ୍ୟ । କଲ୍ୟାଣଙ୍କ ବିବାହ ହେଉଥିବା ଜାଣି ନିତ୍ୟାଶ୍ରୀ ତାଙ୍କ ଘରେ ପହଞ୍ଚି ଯାଇଥିଲେ । ଏହାପରେ ତିନି ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଲିଉଡ ଫିଲ୍ମର ଆଉ ଏକ ଷ୍ଟୋରୀ । ହାତଯୋଡି ପ୍ରେମିକଙ୍କୁ ଫେରାଇ ଦେବା ପାଇଁ ବିମଳାଙ୍କ ଆଗରେ ଗୁହାରୀ କରିଥିଲେ ନିତ୍ୟାଶ୍ରୀ ।

ଏହାପରେ ନିତ୍ୟାଙ୍କ ପ୍ରେମ ଆଉ ସ୍ୱାମୀ କଲ୍ୟାଣଙ୍କ ଖୁସି ପାଇଁ ନିଜ ସିନ୍ଦୁରକୁ ଜଳାଞ୍ଜଳୀ ଦେଇଛଡ଼୍ତି ବିମଳା । ବୈଦିକ ରୀତିରେ ଉଭୟଙ୍କ ସହ ସେ ବିବାହ କରାଇଛନ୍ତି । ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟର ଘଟଣା ହେଉଛି ଏବେ ସମସ୍ତେ ଗୋଟିଏ ଘରର ଛାତ ତଳେ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହ ସମୟରେ କଲ୍ୟାଣ-ବିମଳା ଏବଂ ନିତ୍ୟାଶ୍ରୀଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.