fbpx

ଟସ ଜିତି ବୋଲିଂ କରିବ ଟିମ ଇଣ୍ଡିଆ: ଦଳକୁ କମବ୍ୟାକ କଲେ ଏହି ଖେଳାଳି

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ତୃତୀୟ ତଥା ଫାଇନାଲ ଟି-୨୦ ମ୍ୟାଚ । ୧-୧ରେ ସିରିଜ ବରାବର ଥିବା ବେଳେ ଆଜିର ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ଡିସାଇଡର ମ୍ୟାଚ । ତେବେ ତୃତୀୟ ମ୍ୟାଚରେ ବିଜୟ ପାଇଁ ରୋହିତ ନିଜ ପ୍ଲେଇଙ୍ଗ ୧୧ରେ ପରିବର୍ତ୍ତନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ କ’ଣ ରହିବ ଏହି ପ୍ଲେଇଙ୍ଗ ୧୧ ।

ବର୍ଷା ଯୋଗୁଁ ୮ ଓଭର ବିଶିଷ୍ଟ ହୋଇ ଖେଳାଯାଇଥିଲା ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସ୍ଥାନ ଦେଇଥିଲେ ରୋହିତ । କିନ୍ତୁ ତୃତୀୟ ମ୍ୟାଚରେ ପୁଣିଥରେ ଭୁବି ଦଳକୁ କମବ୍ୟାକ କରିପାରନ୍ତି । କାରଣ ଫାଇନାଲ ମ୍ୟାଚରେ ମାତ୍ର ୫ ଜଣ ବୋଲରଙ୍କ ସହିତ ଖେଳିବା ଭାରତ ପାଇଁ ବିପଦ ହୋଇପାରେ । ଏହାବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ନ ମିଳିପାରେ । ତେବେ ଦ୍ୱିତୀୟ ମ୍ୟାଚରେ ଦିନେଶ କାର୍ତ୍ତିକଙ୍କ ଜବରଦସ୍ତ ଫିନିଶ ଋଷଭଙ୍କ ପାଇଁ ଆହୁରି ଚିନ୍ତା ବଢାଇ ଦେଇଛି ।

ଏହି ଷ୍ଟାଡିୟମ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଅନୁକୂଳ ହୋଇଥିବାରୁ ଟସ ଜିତି ଉଭୟ ପକ୍ଷ ବୋଲିଂ କରିବାକୁ ନିଷ୍ପତ୍ତି ନେବେ । ଉଭୟ ଦଳର ବ୍ୟାଟିଂ ଡିପାର୍ଟମେଣ୍ଟ ଖୁବ ସୁନ୍ଦର ରହିଛି । ତେଣୁ ଆଜିର ଏହି ଡିସାଇଡର ମ୍ୟାଚରେ ଏକ ହାଇ ସ୍କୋରିଙ୍ଗ ମ୍ୟାଚ ଦେଖିବାକୁ ମିଳିପାରେ । ତେବେ ଏଭଳି ପରିସ୍ଥିତିରେ କିଏ ଏହି ସିରିଜ ହାତେଇବ ତାହା ଦେଖିବାକୁ ବାକି ରହିଲା ।

ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ(ୱିକେଟ କିପର), ଅକ୍ସର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରାହ, ୟୁଜବେନ୍ଦ୍ର ଚହଲ

ଅଷ୍ଟ୍ରେଲିଆ ପ୍ଲେଇଙ୍ଗ ୧୧:

ଆରୋନ ଫିଞ୍ଚ(ଅଧିନାୟକ), କ୍ୟାମରନ ଗ୍ରୀନ, ଷ୍ଟିଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଟିମ ଡାଭିଡ, ମାଥ୍ୟୁ ୱେଡ(ୱିକେଟ କିପର), ସିନ ଆବୋଟ, ପ୍ୟାଟ କମିନ୍ସ, ଆଡାମ ଜାମ୍ପା, ଜୋସ ହାଜେଲଉଡ ।

Get real time updates directly on you device, subscribe now.