fbpx

ତୁର୍କୀରୁ ଆସିଲା ବଡ଼ ଅପଡେଟ୍: ପୁଣି ଲାଗିଲା ଭୂକମ୍ପ ଝଟକା, ଭାରତର ଅନେକ ସ୍ଥାନ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପରେ ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୩୬ ହଜାର ଟପିଗଲାଣି । ଏଥିସହିତ ହଜାର ହଜାର ଲୋକ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ହଜାର ହଜାର ଘରଦ୍ୱାରା ଭାଙ୍ଗି ମାଟିରେ ମିଶିଯାଇଛି । ବେଳକୁ ବେଳ ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ଭାରତୀୟ ଏନଡିଆରଏଫ ଓ ଯବାନମାନେ ସେଠାରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମାଟି ତଳୁ ଏବେ ବି ଅନେକଙ୍କୁ ଜୀବନ୍ତ ଓ ମୃତ ଅବସ୍ଥାରେ ଉଦ୍ଧାର କରାଯାଉଛି ।

ତେବେ ଏହା ମଧ୍ୟରେ ତୁର୍କୀରୁ ପୁଣି ଏକ ବଡ଼ ଅପଡେଟ୍ । ପୁଣି ଥରେ ତୁର୍କୀରେ ଦେଖିବାକୁ ମିଳିଛି ଭୂକମ୍ପ ଝଟକା । ଏହି ଭୂକମ୍ପ ଝଟକାର ଝଲକ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଭୂକମ୍ପର ପ୍ରଭାବରେ ଇଣ୍ଡିଆନ ଆର୍ମିର ହସ୍ପିଟାଲରେ ଫାଟ ସୃଷ୍ଟି ହୋଇଛି । ଏଥିସହିତ ଅନ୍ୟ କିଛି ସ୍ଥାନରେ ମଧ୍ୟ କ୍ଷୟକ୍ଷତି ଘଟିଥିବା କୁହାଯାଉଛି ।

ଏହା ପୂର୍ବରୁ ଗତ ୧୧ ତାରିଖରେ ତୁର୍କୀ ଭୂକମ୍ପ କାରଣରୁ ଜଣେ ଭାରତୀୟ ମୃତ୍ୟୁବରଣ କରିଥିଲେ । ଉତ୍ତରାଖଣ୍ଡର ପୌଡ଼ି ଜିଲ୍ଲାର ବାସିନ୍ଦା ବେଙ୍ଗାଲୁରୁ ସ୍ଥିତ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଉକ୍ତ ଯୁବକଙ୍କ ନାମ ବିଜୟ କୁମାର ଗୌଡ଼ ଓ ସେ କମ୍ପାନୀ କାମରେ ତୁର୍କୀ ଯାଇଥିଲେ । ମାତ୍ର ସେଠାରେ ତାଙ୍କୁ ମୃତ୍ୟୁ ଡାକି ନେଇଥିଲା । ତୁର୍କୀ ଯାତ୍ରା ଥିଲା ତାଙ୍କ ଜୀବନର ଅନ୍ତିମ ଯାତ୍ରା । ସେ ଜନ୍ମଭୂମିକୁ ଫେରିବା ପୂର୍ବରୁ ଭୂକମ୍ପରେ ଚିରନିଦ୍ରାରେ ସବୁଦିନ ପାଇଁ ଶୋଇଯାଇଥିଲେ ।

Get real time updates directly on you device, subscribe now.