ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ମାଟି: ଭୂକମ୍ପ ଭୟରେ ଘରୁ ବାହାରି ଆସିଲେ କଳାହାଣ୍ଡି ଜିଲ୍ଲାବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଭୟଙ୍କର ଶବ୍ଦରେ ଥରି ଉଠିଛି ଓଡ଼ିଶାର ମାଟି । ପୁଣି ଥରେ ଓଡ଼ିଶାର ଏକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୟଙ୍କର ଶବ୍ଦ ଶୁଣି ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । କଳାହାଣ୍ଡି ଜିଲ୍ଲାର କୋକସରା ଅଞ୍ଚଳରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ସନଧ୍ୟା ୭ଟା ୩ ମିନିଟ ସମୟରେ ହାଲୁକା ଭୂମିକମ୍ପ ଅନୁଭୂତ ହୋଇଥିଲା । ଚଳିତ ମାସରେ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୪ ତାରିଖରେ ମାଲକାନଗିରି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସକାଳ ୭.୨୮ ସମୟରେ ମାଲକାନଗିରି ସମେତ ଛତିଶଗଡ଼ ଓ ସୁକମା ବିଜାପୁର ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଉକ୍ତ ମୃଦୁ ଭୂକମ୍ପ କାରଣରୁ କୌଣସି କ୍ଷୟକ୍ଷତି ହୋଇ ନଥିଲା । କିଛି ମାସ ପୂର୍ବରୁ ମଧ୍ୟ ଭୂକମ୍ପ କାରଣରୁ ରାଜ୍ୟର ବାଲେଶ୍ୱର, ଭଦ୍ରକ ଓ ଅନ୍ୟ କିଛି ଅଞ୍ଚଳରେ ଲୋକମାନେ ଭୀଷଣ ଶବ୍ଦ ଶୁଣିବାକୁ ପାଇଥିଲେ ।