fbpx
BJD SKY
BJD SKY

ହିମାଚଳ ପ୍ରଦେଶର କିନ୍ନୌରରେ ଭୂମିକମ୍ପ ଝଟକା, ତୀବ୍ରତା ୩.୦

BJD

କିନ୍ନୌର: ଶନିବାର ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା ସମେତ ଶିମଲା ଓ କୁଲୁର ଉପର ଭାଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା କିନ୍ନୌର ଜିଲ୍ଲାର ମୁରାଙ୍ଗ ଲିପ୍ପା ଖାସ୍ଠା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୦। ତେବେ ଏହି ଭୂକମ୍ପରେ ରାଜ୍ୟର କୌଣସି ସ୍ଥାନରୁ କ୍ଷୟକ୍ଷତି ହୋଇନାହିଁ।

ତଗକାଲି ଅପରାହ୍ନ ୨ଟା ୩୫ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ହିମାଚଳ ପ୍ରଦେଶ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଭୂକମ୍ପ କ୍ଷେତ୍ର ଏବଂ ଏହାର ଅଞ୍ଚଳ ଭୂକମ୍ପ ଜୋନ ୪ ଏବଂ ୫ ରେ ଅନ୍ତର୍ଭୁକ୍ତ। ପାଣିପାଗ ବିଭାଗ ନିର୍ଦ୍ଦେଶକ ସୁରେନ୍ଦ୍ର ପାଲ କହିଛନ୍ତି ଯେ କିନ୍ନୌର ସମେତ ଅନେକ ସ୍ଥାନରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।

କିଛି ଦିନ ତଳେ ହିମାଚଳରେ ୩ଥର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ବାରେ ଭୂପୃଷ୍ଠଠାରୁ ୯ କିଲୋମିଟର ତଳେ ଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୧ ରହିଥିଲା। ଜମ୍ମୁ-କଶ୍ମୀରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପର ଝଟକା ଯୋଗୁଁ ଲୋକମାନେ ଖୋଲାସ୍ଥାନରେ ଘରୁ ବାହାରକୁ ଆସିଥିବା ଦେଖିବାକୁ ମିଳିଥିଲା।

 

Get real time updates directly on you device, subscribe now.