fbpx

ରଶ୍ମିକା ପରେ ଡିପଫେକର ଶିକାର ହେଲେ ନୋରା ଫତେହି, ଭାଇରାଲ Video ଉପରେ କହିଲେ: ‘ମୁଁ ତ ଆଶ୍ଚର୍ଯ୍ୟ, କିନ୍ତୁ…’

ନୂଆଦିଲ୍ଲୀ: ଡିପଫେକ୍ ଭିଡିଓର ଏବେ ଟ୍ରେଣ୍ଡ ଆରମ୍ଭ ହୋଇଛି । ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି । ନିକଟରେ ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ମାମଲା ବଢ଼଼ିବା ପରେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରାଯାଇଥିଲା । ସେହି ମାମଲଶରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଏକ ଡିପଫେକ ଭିଡିଓ ସାମ୍ନାକୁ ଆସିଛି । ଏଥର ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଡିପଫେକର ଶିକାର ହୋଇଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ନୋରା ଫତେହିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତେବେ ଏହି ଭିଡିଓ ଅନଲାଇନ୍ ସପିଂ ବ୍ରାଣ୍ଡ ସହିତ ଜଡିତ । ଏହି ଭିଡିଓର ସତ୍ୟତା ଦର୍ଶାଇ ଅଭିନେତ୍ରୀ ନିଜର କ୍ରୋଧ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, ‘ଲୁଲୁମେଲୋନ୍’ ନାମକ ଏକ ଫ୍ୟାଶନ୍ ବ୍ରାଣ୍ଡ ଅଛି, ଯାହାକୁ ଭିଡିଓରେ ନୋରା ଫତେହି ପ୍ରମୋଟ୍ କରୁଥିବା ଦେଖାଯାଉଛି । ଏହି ଭିଡିଓରେ ନୋରା ଫତେହିଙ୍କ ଫଟୋ ଅଛି । ଆହୁରି ମଧ୍ୟ ୬୦-୪୦ ପ୍ରତିଶତ ରିହାତି ଦିଆଯାଉଛି । ଏବେ ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ଭିଡିଓ ସେୟାର କରି ନୋରା ଫତେହି ଏହାକୁ ଫେକ୍ ବୋଲି କହିଛନ୍ତି ।

Nora
ଏହି ଭାଇରାଲ୍ ଭିଡିଓ ସେୟାର କରିବାବେଳେ ନୋରା ଫତେହି ଲେଖିଛନ୍ତି: ଏହା ଦେଖିବା ପରେ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲି । କିନ୍ତୁ ଏହି ଭିଡିଓରେ ମୁଁ ନୁହେଁ । ଯେଉଁ ବ୍ରାଣ୍ଡକୁ ନୋରା ଫତେହି ସମର୍ଥନ କରୁଛନ୍ତି, ସେଥିରେ ମେ ଫେସ୍ ଲଗାଯାଇଛି ।’ ନୋରା ଫତେହି ଭିଡିଓ ଦେଖିବା ମାତ୍ରେ ସେ ତୁରନ୍ତ ଏହାର ପ୍ରତିକ୍ରିୟା ପ୍ରକାଶ କରି ଲୋକଙ୍କୁ କହିଥିଲେ ଯେ ଏହି ପ୍ରମୋସନାଲ ଭିଡିଓ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।

Get real time updates directly on you device, subscribe now.