fbpx

ବାହାରିଲା ରେଲୱେ ପାଇଁ ନିଯୁକ୍ତି, ଜାଣନ୍ତୁ କିପରି କରିବେ ଆବେଦନ?

ଇଷ୍ଟକୋଷ୍ଟ ରେଲୱେର ଚିକିତ୍ସା ବିଭାଗର ପଦବୀ ପାଇଁ ନିଯୁକ୍ତି ବାହାରିଛି । ଏଥିରେ ସମୁଦାୟ ୬୬୩ ପଦବୀ ପାଇଁ ନିଯୁକ୍ତି କରାଯିବ । ଏହି ପଦରେ ସୁପରିଡେଣ୍ଟେଟ, ଫାର୍ମା, ଡ୍ରେସର, ହସ୍ପିଟାଲ ଆଟେଣ୍ଡାଣ୍ଟ ଏବଂ କଣ୍ଟ୍ରାକ୍ଟ ପ୍ରୋକ୍ଟିସନର ପଦବୀ ସାମିଲ ରହିଛି । ଏହି ପଦ ପାଇଁ ଆବେଦନର ଶେଷ ତାରି ମେ ୨୨ ରଖାଯାଇଛି । ଯଦି ଆପଣ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ମେ ୨୨ ତାରିଖ ପୂର୍ବରୁ ଇମେଲ୍ ଆଇଡି eastcoastrail.indianrailways.gov.in ରେ ନିଜ ପ୍ରମାଣ ପତ୍ରର ଫଟୋ କପି ସହ ଆବେଦନର ସ୍କାନିଂ ହୋଇଥିବା କପି ଜମା କରିପାରିବେ ।
ତେବେ ନର୍ସିଂଙ୍ଗ ସୁପରିଟେଣ୍ଡେଣ୍ଟ ପାଇଁ ୨୫୫ ପୋଷ୍ଟ୍, ଫାର୍ମାସିଷ୍ଟ ପାଇଁ ୫୧, ଡ୍ରେସର/ ଓଟିଏ /ମେଡିକାଲ ଆଟେଣ୍ଡାଣ୍ଟ ପାଇଁ ୨୫୫ ଓ କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ପାଇଁ ୧୦୨ ପଦ ବାହାରିଛି ।

ବୟସ ସୀମା:
ନର୍ସିଂଙ୍ଗ ସୁପରିଟେଣ୍ଡେଣ୍ଟ -୨୦ରୁ ୩୮ ବର୍ଷ
ଫାର୍ମାସିଷ୍ଟ ପାଇଁ- ୨୦ରୁ ୩୫ ବର୍ଷ
ଡ୍ରେସର/ ଓଟିଏ /ମେଡିକାଲ ଆଟେଣ୍ଡାଣ୍ଟ ପାଇଁ- ୧୮ରୁ ୩୩ ବର୍ଷ
କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ପାଇଁ-୫୩ ବର୍ଷରୁ ଅଧିକ

ଯୋଗ୍ୟତା :
ନର୍ସିଂ ସୁପରିଟେଣ୍ଡେଣ୍ଟ ପଦ ପାଇଁ ପ୍ରାର୍ଥୀମାନେ ନର୍ସିଂ କାଉନସିଲ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ନର୍ସିଂ କିମ୍ବା ଅନୁଷ୍ଠାନ ବିଦ୍ୟାଳୟରୁ ସାଧାରଣ ନର୍ସିଂ ଏବଂ ମିଡୱାଇଫେରୀରେ ତିନି ବର୍ଷର ପାଠ୍ୟକ୍ରମ ସମାପ୍ତ କରିଥିବା ଆବଶ୍ୟକ ।

– ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀ ଦ୍ୱାଦଶ ପାସ୍ ହେବା ଉଚିତ ଏବଂ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆବଶ୍ୟକ କ୍ଷେତ୍ରରେ ସର୍ବନିମ୍ନ ଡିପ୍ଲୋମା ରହିବା ଉଚିତ୍ ।

– ଡ୍ରେସର / ଓଟିଏ / ହସ୍ପିଟାଲ ଆଟେଣ୍ଡାଣ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ଅତିକମରେ ମେଟ୍ରିକ୍ ପାସ୍ ରହିବା ଉଚିତ୍ ।

Get real time updates directly on you device, subscribe now.