fbpx

ଆଧାରରେ ଠିକଣା ବଦଳାଇବା ହେଲା ସହଜ, ଦେଶରେ ଖୋଲିବ ୧୬୬ ସେବା କେନ୍ଦ୍ର

ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ ନିଜର ଠିକଣା ବଦଳାଇବାକୁ ଚାହୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମହତ୍ୱପୂର୍ଣ୍ଣ ସୂଚନା ଅଟେ । ୟୁଆଇଡିଏଆଇ ତରଫରୁ ଏହି ସୂଚନା ଦିଆଯାଇଛି ଯେ ଦେଶରେ ୧୬୬ ସ୍ୱତନ୍ତ୍ର ଆଧାର ସେବା କେନ୍ଦ୍ର ଖୋଲାଯିବ । ଯେଉଁ କେନ୍ଦ୍ରଗୁଡ଼ିକରେ ଆଧାର ନାମାଙ୍କନ ଏବଂ ଠିକଣା ପରିବର୍ତ୍ତନ ଭଳି ସେବା ଦିଆଯିବ ।

ୟୁଆଇଡିଏଆଇ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ଗର୍ଗ ଗାଜିଆବାଦରେ ଏକ ଆଧାର ସେବା କେନ୍ଦ୍ର ଶୁଭାରମ୍ଭ ଅବସରରେ ଏନେଇ ସୂଚନା ଦେଇଛନ୍ତି, ସେ କହିଛନ୍ତି ଯେ ଦେଶର ୧୨୨ ସହରରେ ୧୬୬ ଆଧାର କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି ଯେଉଁଥିରେ ୫୮ଟି ଆଧାର କେନ୍ଦ୍ର ଆରମ୍ଭ ହୋଇଯାଇଛି । ସେ କହିଛନ୍ତି ଏହି କେନ୍ଦ୍ର ଗୁଡ଼ିକ ଶୀତତାପ ନିୟନ୍ତ୍ରିତ ରହିବ । ବସିବା ପାଇଁ ପର୍ଯ୍ୟାପ୍ତ କ୍ଷମତା ରହିବ । ଏହା ସହ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିବ ।

Get real time updates directly on you device, subscribe now.