fbpx

କରୋନା ଠାରୁ ଶୀଘ୍ର ରିକଭରୀ ପାଇଁ ଖାଆନ୍ତୁ ଏହି ୫ଟି ଜିନିଷ, ମିଳିବ ଚମତ୍କାରୀ ଫାଇଦା

ନୂଆଦିଲ୍ଲୀ: କରୋନା ମହାମାରୀ ଚଳିତ ବର୍ଷ ଶେଷସୁଦ୍ଧା ସମାପପ୍ତ ହୋଇପାରେ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଶଙ୍କା କରାଯାଇଛି । ବର୍ତ୍ତମାନ ସମୟରେ କରୋନା ମହାମାରୀର ନୂତନ ଭାରିଆଣ୍ଟ୍ ଓମିକ୍ରନର ଦ୍ରୁତ ପ୍ରଭାବ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, କରୋନା ସଂକ୍ରମଣରୁ ଶୀଘ୍ର ରିକଭରୀ ପାଇଁ ଏକ ଉପଯୁକ୍ତ ଡାଏଟ୍ ନିହାତି ଜରୁରୀ । ତେବେ ଚାଲନ୍ତୁ ଜାଣିବା କରୋନାଠାରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଡାଏଟ୍ ରେ କଣ କଣ ସେବନ କରିବା ଦରକାର ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଚନ୍ତି ଯେ, ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାଛ, ଚଣା, ଖଟା ଫଳ, ଦହି, ଅଣ୍ଡା, ଛତୁ, ଡାଲି, ନ୍ୟାଚୁରାଲ୍ ଆଣ୍ଟିଭାଇରାଲ୍ ଫୁଡ୍, ହେଲଦି ଡ୍ରିଙ୍କସ୍ । ରିକଭରୀ ସମୟରେ ଡାକ୍ତର ମାନେ ଖାସ୍ କରି ମାଛ, ଚଣା, କାଜୁ ଇତ୍ୟାଦି ଖାଇବାକୁ ପରାମର୍ଶ କରିଥାନ୍ତି । କାରଣ ଏଥିରେ ଥିବା ମିନେରାଲ୍ ଜିଙ୍କ୍ ରିକଭରୀ ପାଇଁ ଖୁବ୍ ଲାଭଦାୟକ । କାରଣ ଏହା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍, ଆଣ୍ଟି-ଭାଇରାଲ୍ ଓ ଆଣ୍ଟି ଇନଫ୍ଲେମେଟୋରୀ ପଦାର୍ଥଯୁକ୍ତ ହୋଇଥାଏ । ତେଣୁ ଏହାକୁ ଡାଏଟ୍ ରେ ସାମିଲ୍ କରନ୍ତୁ ।

ସେହିପରି ଖଟାଫଳରେ ଭିଟାମିନ୍-ସି ରହିଥାଏ । ଭିଟାମିନ୍-ସି ଶରୀରରେ ଇମ୍ୟୁନୋ ସିଷ୍ଟମ୍ କୁ ଷ୍ଟ୍ରଙ୍ଗ କରିବାରେ ସହାୟକ ହୋଇଥାଏ । ଏହାକୁ ଏସ୍କୋର୍ବିକ୍ ଏସିଡ୍ ବୋଲି ମଧ୍ୟ କୁହାଯାଏ । ଇମ୍ୟୁନୋ ସିଷ୍ଟମ୍ କୁ ବୁଷ୍ଟ୍ କରିବା କାମ କରିଥାଏ ଭିଟାମିନ୍-ସି । ସବୁଜ ଶାଗ, କୋବି, ବ୍ରୋକଲି, ଷ୍ଟ୍ରବେରୀରେ ମଧ୍ୟ ଭିଟାମିନ୍-ସି ରହିଥାଏ । ଯାହା ଶରୀରକୁ ଅନେକ ଫାଇଦା ଦେଇଥାଏ । ଏଥିସହିତ ଅଣ୍ଡା ଓ ଛତୁରେ ଭିଟାମିନ୍-ଡି ରହିଛି । ଆଉ ଏହା କରୋନା ଠାରୁ ମୁକ୍ତି ପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥାଏ । ଆପଣ ମାନେ ଡାଏଟ୍ ରେ ଛତୁ, ଅଣ୍ଡାର କେଶର, ଦହି ଓ କ୍ଷୀର ଭଳି ଜିନିଷ ସାମିଲ କରିପାରିବେ ।

Get real time updates directly on you device, subscribe now.