fbpx

ପେଟ୍ରୋଲ, ଡିଜେଲ, କ୍ଷୀର, CNG, PNG ପରେ ଏବେ ଭାରତରେ ବଢ଼ିବ ଖାଇବା ତେଲର ଦାମ୍, ଜାଣନ୍ତୁ ଏହା ପଛର କାରଣ

Advertisement

ନୂଆଦିଲ୍ଲୀ: ଭାରତ ଅଶୋଧିତ ତୈଳ ଆବଶ୍ୟକତାର ୬୦ ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ । ସେହିପରି ମୋଟ ଆମଦାନୀକୃତ ଖାଇବା ତୈଳର ୬୦ ପ୍ରତିଶତ ହେଉଛି ପାମ ଅଏଲ । ତେବେ ବର୍ତ୍ତମାନ ବିଶ୍ୱର କିଛି ଦେଶରେ ପାମ ଅଏଲର ମୂଲ୍ୟ ବୃଦ୍ଧି ହୋଇଥିବାରୁ ଭାରତରେ ଖାଇବା ତେଲ ମହଙ୍ଗା ହେବାର ସମ୍ଭାବନା ଦେଖାଯାଇଛି । ଯଦି ଏପରି ହୁଏ, ତେବେ ସାଧାରଣ ଜନତାଙ୍କୁ ଏକ ଜୋରଦାର ଝଟକା ଲାଗିପାରେ । କାରଣ ପୂର୍ବରୁ ଦେଶରେ ପେଟ୍ରୋଲ, ଡିଜେଲ, ସିଏନଜି ଓ ପିଏନଜର ମୂଲ୍ୟ ବୃଦ୍ଧି ପାଇ ସାରିଛି ।

ଏକ୍ସପର୍ଟଙ୍କ ମତରେ, ଇଣ୍ଡୋନେସିଆରେ ସୃଷ୍ଟି ହୋଇଥିବା ଅଏଲ ସଙ୍କଟ କାରଣରୁ ଭାରତରେ ଖାଇବା ତେଲର ଦର ବୃଦ୍ଧି ଦେଖିବାକୁ ମିଳିବ । ଏହା ହେଉଛି ଏକ ଭିନ୍ନ ଧରଣର ସଙ୍କଟ । ଇଣ୍ଡୋନେସିଆ ବିଶ୍ୱରେ ପାମ ଅଏଲର ସର୍ବବୃହତ ଉତ୍ପାଦନକାରୀ ଓ ଏକ୍ସପୋର୍ଟକାରୀ ହୋଇଥିବାରୁ ତାହାର ପ୍ରଭାବ ଅନ୍ୟ ଦେଶଗୁଡ଼ିକରେ ପଡ଼ିବ । ଇଣ୍ଡୋନେସିଆ ସରକାର ଦର ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ।

ଗତ ୨୦୨୧ରେ ଇଣ୍ଡୋନେସିଆରେ ଏକ ଲିଟର ବ୍ରାଣ୍ଡେଡ କୁକିଂ ଅଏଲର ମୂଲ୍ୟ ୧୪ ହଜାର ଟଙ୍କା ଥିଲା, ଯାହାର ମୂଲ୍ୟ ଚଳିତ ବର୍ଷ ମାର୍ଚ୍ଚରେ ବୃଦ୍ଧି ପାଇଁ ୨୨ ହଜାର ଟଙ୍କାରେ ପହଞ୍ଚି ଯାଇଛି । ଗୋଟିଏ ବର୍ଷରେ ଦେଶରେ ଖାଇବା ତେଲର ଦର ୫୭ ପ୍ରତିଶତ ବୃଦ୍ଧି ଘଟିଛି । ତେଣୁ ସରକାର ରପ୍ତାନୀକାରୀଙ୍କ ପାଇଁ ପ୍ଲାନଡ ଶିପମେଣ୍ଟର ୨୦ ପ୍ରତିଶତ ଘରୋଇ ବଜାରରେ ବିକ୍ରି କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଭାରତ ବହୁମାତ୍ରାରେ ତୈଳ ଇଣ୍ଡୋନେସିଆରୁ ଆମଦାନୀ କରୁଥିବାରୁ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.