fbpx

ଓଡ଼ିଶାର ଦୁଇ ଭଉଣୀଙ୍କ କମାଲ, ଇକୋ-ଫ୍ରେଣ୍ଡଲି ବ୍ୟାଟେରୀରେ ଅଟୋ ମୋବାଇଲ ସେକ୍ଟରରେ ଆଣିଲେ ନୂତନ ବିପ୍ଳବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ପୁରୁଷଙ୍କ ତୁଳନାରେ ମହିଳାମାନେ ବ୍ୟବସାୟ ଠାରୁ ଆରମ୍ଭ କରି ଟେକ୍ନୋଲୋଜି, ଶିଳ୍ପ ସବୁ କ୍ଷେତ୍ରରେ ଅଗ୍ରଣୀ ହେଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଶିଳ୍ପ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଆସିଛନ୍ତି ମହିଳା । ସେହିପରି ଦୁଇ ଭଉଣୀ ଅଛନ୍ତି ଯେଉଁ ମାନେ ଶିଳ୍ପ କ୍ଷେତ୍ରରେ ଆଉ ଏକ ନୁତନ ପ୍ରୟାସ କରିଛନ୍ତି । ଓଡ଼ିଶାରେ ଜନ୍ମିତ ଏକ ଜାଆଁଳା ଭଉଣୀ ପୁରୁଷ ପ୍ରାଧାନ୍ୟ ଶିଳ୍ପରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଇ ଏକ ଟେକ୍ନୋଲୋଜିର ଏକ ନୁତନ ଧାରା ଆରମ୍ଭ କରିଛନ୍ତି । ଏହି ଭଉଣୀ ଫସଲ ଅବଶିଷ୍ଟାଂଶରୁ ଏକ ବୈଦ୍ୟୁତିକ ଯାନ (ଇଭି) ବ୍ୟାଟେରୀ ତିଆରି କରିଛନ୍ତି । ସେମାନେ ହେଉଛନ୍ତି ନିକିତା ବଳିୟାରସିଂ ଓ ନିଶିତା ବଳିୟାରସିଂ ।

ଦୁହେଁ ମିଶି ୨୦୨୯ ନେକ୍ସସ୍ ପାୱାରର ସ୍ଥାପନା କରିଥିଲେ । ଯାହା ଫଳରେ ସେମାନେ ବଜାରରେ ଉପଲବ୍ଧ ଥିବା ମେସିନ୍ ର ବିକଳ୍ପ ବାହାର କରିପାରିବେ । ଏଥିସହିତ ପରିବେଶକୁ ସବୁଜ ତଥା ସ୍ୱଚ୍ଛ ରୂପକୁ ଆଣି ପାରିବେ । ତେବେ ୨୦୧୬ରେ ଦୁଇ ଭଉଣୀ ମିଶି ପ୍ରଥମ ଥର ପାଇଁ ଏହି ବ୍ୟବସାୟର ଆରମ୍ଭ କରିବା କଥା ଭାବିଥିଲେ । ଏନେଇ ସେମାନେ କହିଛନ୍ତି ଯେ, ଏହାକୁ ତିଆରି କରିବା ପାଇଁ ଲମ୍ବା ପ୍ରୟାସ କରିଥିଲେ । ସେମାନେ ପରିବେଶରେ ଉପଲବ୍ଧ ଥିବା ପ୍ରାକୃତିକ ଜିନିଷକୁ ବ୍ୟବହାର କରି ନୁତନ କିଛି ତିଆରି କରିବାକୁ ଚେଷ୍ଟା କରୁଥିଲେ ।

ସେମାନଙ୍କ କହିବା ମୁତାବକ, ଏହାକୁ ତିଆରି କରିବାରେ ସବୁଠାରୁ ଚ୍ୟାଲେଞ୍ଜିଂ ଥିଲା ଅଧିକ ସମୟ ଚାର୍ଜିଂ, ଆକାଶଛୁଆଁ ଦାମ୍, ଲିଥିୟମ୍ କ୍ରୟ କରିବା ପାଇଁ ସ୍ଥାନୀୟ ଉତ୍ସଗୁଡିକର ସ୍ଥିରତା ଏବଂ ବିଷାକ୍ତତା ବା କେମିକାଲ୍ ଆଦିର ବ୍ୟବହାର । ଏତେ ସବୁ ଚ୍ୟାଲେଞ୍ଜିଂ ମୁହୁର୍ତ୍ତରେ ପରେ ବି ସେମାନେ ଜାଣିଥିଲେ ଯେ, ସେମାନଙ୍କ ଉଭାବନ ଭାରତରେ ବୈଦ୍ୟୁତିକ ଯାନ ବ୍ୟବହାରର କ୍ଷମତାକୁ ବୃଦ୍ଧି କରିବ ।

ନିକିତା ଗଣମାଧ୍ୟମରେ ମାଷ୍ଟରୀ କରିଛନ୍ତି ଏବଂ ନିଶିତା କର୍ପୋରେଟ୍ ଫାଇନାନ୍ସରେ ଅଧ୍ୟୟନ କରିଛନ୍ତି । ତେବେ ଏହିପରି ଏକ ଯାନର ଉଭାବନ କରିବା ପାଇଁ ବିଜ୍ଞାନ ଉପରେ ଏତେ ଦକ୍ଷତା ନଥିଲା । କିନ୍ତୁ ସେମାନେ ଏହାକୁ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ । ତେଣୁ ସେମାନେ ବିଜ୍ଞାନ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ନାନୋଟେକ୍ନୋଲୋଜି, ବ୍ୟାଟେରୀ ଥର୍ମାଲ୍ ମ୍ୟାନେଜମେଣ୍ଟ ଏବଂ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଯାନ ଡିଜାଇନ୍ ପାଠ୍ୟକ୍ରମରେ ନାମ ଲେଖାଇଥିଲେ ।

ସେମାନେ ବ୍ୟାଟେରୀ ନିର୍ମାଣ କରି ଅଟୋମୋବାଇଲ୍ ଶିଳ୍ପରେ ନିଜର ଦକ୍ଷତା ବିସ୍ତାର କରିବାକୁ ଚାହୁଁଥିଲେ ସତ କିନ୍ତୁ ସେମାନେ ଏହାବି ଚାହୁଁଥିଲେ ଯେ, ପରିବେଶ ଉପରେ ଏହାର ଯେପରି କୌଣସି ପ୍ରଭାବ ନପଡ଼ୁ । ତେଣୁ ସେମାନେ ପରିବେଶକୁ ବି ଧ୍ୟାନରେ ରଖି ଏପରି ଏକ ବ୍ୟାଟେରୀ ତିଆରି କରିଛନ୍ତି ଯାହା ଇକୋ-ଫ୍ରେଣ୍ଡଲି । ନେକ୍ସସ୍ ପାୱାର୍ ବ୍ୟାଟେରୀ ତିଆରି ହୋଇଛି ଫସଲ ଅବଶିଷ୍ଟାଂଶରୁ । ଏହା ଏକ ବାୟୋ ଡିଗ୍ରେଡେବଲ୍ ବ୍ୟାଟେରୀ । ତେବେ ଏହା ଅନେକାଂଶରେ କୃଷକ ମାନଙ୍କ ପାଇଁ ଅତ୍ୟନ୍ତ ବ୍ୟବହାରଯୋଗ୍ୟ । ଫସଲ ବର୍ଜ୍ୟବସ୍ତୁ କ୍ରୟ କୃଷକମାନଙ୍କୁ ପ୍ରତି ୧୦୦ ବ୍ୟାଟେରୀ ପାଇଁ ୨୫,୦୦୦ ଟଙ୍କା ଅତିରିକ୍ତ ଆୟ କରିବାରେ ସାହାଯ୍ୟ କରେ । ଆଗାମୀ ଦଶନ୍ଧିରେ ବାୟୁମଣ୍ଡଳରୁ ସାତ ବିଲିୟନ ଟନ୍ କାର୍ବନ ଡାଇଅକ୍ସାଇଡ୍ ବିଲୋପ କରିବାରେ ଅଭିନବ ବ୍ୟାଟେରୀ ସାହାଯ୍ୟ କରିବ ।

Get real time updates directly on you device, subscribe now.