fbpx

ହରିୟାଣାରେ ଇଡିର ବଡ଼ ଆକ୍ସନ, ଗିରଫ ହେଲେ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାର

ନୂଆଦିଲ୍ଲୀ: ହରିୟାଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାଞ୍ଚ ଏଜେନ୍ସି ଶନିବାର ଦିନ ସୋନିପତରରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛନ୍ତି । ସୂତ୍ର ମୁତାବକ ଇଡି ପନୱାରଙ୍କୁ ବେଆଇନ ଖଣି ଖନନ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡିଙ୍କ ଟୀମ ତାଙ୍କୁ ଅମ୍ବାଲା ଅଫିସକୁ ନେବା ପାଇଁ ବାହାରିଛି ।

ସୂଚନାନୁଯାୟୀ, ଏହି ଖଣି ଦୁର୍ନୀତି ସହ ଜଡିତ ଏକ ମାମଲାରେ ଇଡି ଟୀମ ବିଧାୟକ ସୁରେନ୍ଦ ପାନୱାର, ଯମୁନାନଗରରେ ପୂର୍ବତନ ବିଦାୟକ ଦିଲବାଗ ସିଂହଙ୍କ ଘରେ ଚଢାଉ କରିଥିଲେ । ଏହାପରେ ବର୍ତ୍ତମାନ ସୁରେନ୍ଦ୍ର ପନୱାରଙ୍କୁ ଆରେଷ୍ଟ କରାଯାଇଛି ।

Get real time updates directly on you device, subscribe now.