fbpx

ନ୍ୟାସପାଲ ହେରାଲଡ୍‌ ମାମଲା: ପୁଣି ବଢ଼ିଲା କଂଗ୍ରେସର ଅଡୁଆ, ୨୧ରେ ଇଡିରେ ହାଜର ହେବାକୁ ସୋନିଆଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ନ୍ୟାସପାଲ ହେରାଲଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୁନଃ ସମନ ଜାରି କରିଛି । ଆସନ୍ତା ୨୧ ତାରିଖରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ କରାଯାଇଛି । ପୂର୍ବରୁ ରାହୁଲ ଗାନ୍ଧି ଇଡିରେ ମାରାଥନ ଜେରାର ସମ୍ମୁଖୀନ ହୋଇସାରିଛନ୍ତି । ଏପରିକି ରାହୁଲ ଗାନ୍ଧି ଇଡିରେ ହାଜର ବେଳେ କଂଗ୍ରେସ ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଥିଲା । ନ୍ୟାସନାଲ ହେରାଲଡ୍‌ ମାମଲାରେ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଜୁନ୍‌ ୮ ତାରିଖରେ ହାଜର ପାଇଁ ନୋଟିସ ହୋଇଥିଲା । କିନ୍ତୁ ଜୁନ ୧ରେ ସେ କୋଭିଡରେ ସଂକ୍ରମିତ ହୋଇ ସମୟ ମାଗିଥିଲେ । ବିଜେପି ନେତା ସୁବ୍ରମମଣ୍ୟମ୍‌ ସ୍ୱାମୀଙ୍କ ଅଭିଯୋଗ ପରେ ନ୍ୟାଶନାଲ ହେରାଲ୍ଡ ମାମଲା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.