fbpx

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଘରେ ED ରେଡ୍: ୫ କୋଟି କ୍ୟାଶ, ୫ କେଜି ସୁନା ବିସ୍କୁଟ, ୧୦୦ ମଦ ବୋତଲ ଓ ୩୦୦ ଗୁଳି ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କ ଘରେ ରେଡ୍ କରାଯାଇଛି । ଏହି ରେଡ୍ ବେଳେ ୫ କୋଟି କ୍ୟାଶ, ୫ କେଜି ସୁନା ବିସ୍କୁଟ, ୧୦୦ ମଦ ବୋତଲ ଓ ୩୦୦ ଗୁଳି ଜବତ କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏଥିସହିତ ପୂର୍ବତନ ବିଧାୟକ ଓ ତାଙ୍କର ସହଯୋଗୀଙ୍କ କିଛି ସ୍ଥାନରୁ ଅବୈଧ ହତିଆର ମଧ୍ୟ ଜବତ କରାଯାଇଛି ।

ସୂଚନା ମୁତାବକ, ଆଜି ସକାଳୁ ବେଆଇନ ଖନନ ମାମଲାରେ ହରିୟାଣାର କଂଗ୍ରେସ ବିଧାୟକ ସୁରେନ୍ଦ୍ର ପାୱାର, ଇଣ୍ଡିଆ ନ୍ୟାସନାଲ ଲୋକଦଳ (ଆଇଏନଏଲଡି)ର ପୂର୍ବତନ ବିଧାୟକ ଦିଲବାଗ ସିଂହ ଓ ଅନ୍ୟ ସହଯୋଗୀଙ୍କର ୨୦ରୁ ଅଧିକ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଦିଲବାଗ ଆଇଏନଏଲଡି ନେତା ଅଭୟ ସିଂହ ଚୌତାଲଙ୍କ ସମୁଦି ହୋଇଥିବା ବେଳେ ୪ ବର୍ଷ ପୂର୍ବରୁ ଦିଲବାଗଙ୍କ ଝିଅ ଅଭୟଙ୍କ ପୁଅ ଅର୍ଜୁନଙ୍କୁ ବିବାହ କରିଥିଲେ ।

ଇଡିର ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ)ର ପ୍ରାବଧାନ ଅନୁସାରେ ଆଜି ସକାଳେ ସୋନିପତରେ କଂଗ୍ରେସ ବିଧାୟକ ସୁରେନ୍ଦ୍ରଙ୍କ ସେକ୍ଟର-୧୫ ସ୍ଥିତ ବାସଭବନ, ତାଙ୍କର ସହଯୋଗୀ ସୁରେଶଙ୍କ ଘର, ଭାଜପା ନେତା ଓ କରନାଲର ପୂର୍ବତନ ଡେପୁଟି ମେୟର ମନୋଜ ବଧବାଙ୍କ ସେକ୍ଟର-୧୩ ସ୍ଥିତ ବାସଭବନ, ଯମୁନାନଗରରେ ଆଇଏନଏଲଡିର ପୂର୍ବତନ ବିଧାୟକ ଦିଲବାଗଙ୍କ ଘର, କାର୍ଯ୍ୟାଳୟ ଓ ଫାର୍ମ ହାଉସରେ ଚଢ଼ାଉ କରାଯାଇଥିଲା ।

ଇଡି ସୂତ୍ର ମୁତାବକ, କଂଗ୍ରେସ ବିଧାୟକ ସୁରେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ଘରୁ ଅବୈଧ ବିଦେଶୀ ହତିଆର, ୩୦୦ ଗୁଳି, ୧୦୦ରୁ ଅଧିକ ମଦ ବୋତଲ, ୫ କୋଟି ନଗଦ କ୍ୟାଶ ୪/୫ କେଜି ସୁନା ବିସ୍କୁଟ ଜବତ କରାଯାଇଛି । ଗତ ୨୪ ଘଣ୍ଟା ଧରି ସୁରେନ୍ଦ୍ରଙ୍କ ଘରେ ଇଡି ରେଡ୍ କରିଥିଲା । ସକାଳ ପାଖାପାଖି ୮ଟା ସମୟରେ ୫ଟି ଅଲଗା ଅଲଗା ଗାଡ଼ିରେ ଇଡିର ଅଧିକାରୀମାନେ ସୁରେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ ।

Get real time updates directly on you device, subscribe now.