fbpx

ଡ୍ରଗ ଲିଙ୍କ୍ ମାମଲା: ରକୁଲ ପ୍ରୀତ ସିଂ, ରାଣା ଓ ରବି ତେଜାଙ୍କ ସମେତ ଆଗଧାଡିର ସେଲେବ୍ରିଟିଙ୍କୁ ED ଜାରି କଲା ସମନ୍

ନୂଆଦିଲ୍ଲୀ: ଡ୍ରଗ୍ ଲିଙ୍କ୍ ମାମଲାରେ ଗୋଟିଏ ପରେ ଗୋଟିଏ ବଲିଉଡ ସେଳିବ୍ରିଟି ଛନ୍ଦି ହୋଇ ଯାଉଛନ୍ତି । ଏବେ ପୁଣି ଥରେ ସମାନ ମାମଲାରେ ଶିକାର ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଓ ଅଭିନେତା ରାଣା ଦଗ୍ଗୁବାତୀଙ୍କ ପରି ଟପ୍ ସେଲିବ୍ରିଟି । ୪ବର୍ଷ ପୁରୁଣା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରକୁଲ ପ୍ରୀତ ସିଂ, ରାଣାଙ୍କ ସମେତ ୧୦ ଜଣ କଳାକାରଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛନ୍ତି । ରିପୋର୍ଟ ଅନୁଯାୟୀ, ରକୁଲ ସେପ୍ଟେମ୍ବର ୬ରେ ଇଡିରେ ହାଜର ହେବାକୁ ଥିବାବେଳେ ସେପ୍ଟେମ୍ବର ୮ ରେ ରାଣାଙ୍କୁ ପଚରାଉଚରା କରାଯିବ।

 

ତେଲୁଗୁ ଚଳଚିତ୍ରର ଆଗ ଧାଡିର ଅଭିନେତା ତଥା ବଲିଉଡ ଅଭିନେତାଙ୍କୁ ମଧ୍ୟ ସମନ ଜାରି କରିଛି ଇଡି । ଏଥିରେ ଲୋକପ୍ରିୟ ଅଭିନେତା ରବି ତେଜା ମଧ୍ଯ ରହିଥିବା ବେଳେ ସେ ସେପ୍ଟେମ୍ବର ୯ ତାରିଖରେ ଇଡି ପାଖରେ ହାଜର ହେବେ । ଏହାବ୍ୟତୀତ ନିର୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର ୩୧ ତାରିଖରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ଏମାନଙ୍କ ଛଡା ଚାର୍ମୀ କୌର, ମୁମୈଥ ଏବଂ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ୍‌ ପଠାଇଥିବା ସୂଚନା ମିଳିଛି ।

 

ଖବର ଅନୁଯାୟୀ, ଗୋଟିଏ ୪ ବର୍ଷ ତଳର ଡ୍ରଗ୍ସ ଲିଙ୍କ ମାମଲାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କୁ ସମନ୍‌ ପଠାଇସାରିଲାଣି ED । ୨୦୧୭ ମସିହାରେ ଏକ ବାର୍‌ରେ ଚଢଉ ବେଳେ ବିପୁଳ ପରିମାଣର ଡ୍ରଗ୍ସ ମିଳିଥିଲା । ଘଟଣାରେ ୧୧ ପୃଷ୍ଠାର ଚାର୍ଜ ସିଟ୍‌ ଦାଖଲ କରାଯାଇଥିଲା । ହେଲେ ଏବେ ପୁଣି ଆଗଧାଡିର କିଛି ଟପ୍ ସେଲେବ ଙ୍କୁ ଇଡି ପକ୍ଷରୁ ସମନ୍ ଜାରି ହୋଇଛି ।

 

Get real time updates directly on you device, subscribe now.