fbpx

ରାତିରେ ନିଦ ହେଉ ନଥିଲେ କରନ୍ତୁ ଏହି ସବୁ ଉପାୟ

ନୂଆଦିଲ୍ଲୀ: ନିଦ୍ରାହୀନତା ସମସ୍ୟା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଏଥିପାଇଁ ଅନେକ ଲୋକ ନିଦ ଔଷଧ ଖାଇ ଶୋଇବାକୁ ଚେଷ୍ଟା କରନ୍ତି ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । କିନ୍ତୁ ବାସ୍ତୁଶାସ୍ତ୍ରରେ ମଧ୍ୟ ଏଥିପାଇଁ ପ୍ରତିକାର ରହିଛି । ଯେମିତିକି,

-କେବେବି ଅନାବଶ୍ୟକ ଜିନିଷ କିମ୍ବା ଜଙ୍କ୍ ଜିନିଷକୁ ବିଛଣା ତଳେ ରଖନ୍ତୁ ନାହିଁ । କାରଣ ଏଥିରୁ ନକରାତ୍ମକ ଶକ୍ତି ବାହାରି ଥାଏ । ଏହା ଶୋଇବାରେ ବଧା ସୃଷ୍ଟି କରିବା ସହ ଗୃହରେ ପାରସ୍ପରିକ ପାର୍ଥକ୍ୟ ବହୁତ ବୃଦ୍ଧି କରିଥାଏ ।

-ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘରେ ରେଫ୍ରିଜରେଟର, ଇନ୍ଭର୍ଟର କିମ୍ବା ଗ୍ୟାସ ସିଲିଣ୍ଡର ରଖନ୍ତୁ ନାହିଁ । ଏହି ଜିନିଷ ମନକୁ ବିଚଳିତ କରିବା ସହିତ ଶୋଇବାରେ ସମସ୍ୟା ଓ ମାନସିକ ଚାପ  ସୃଷ୍ଟି କରିଥାଏ ।

-ସର୍ବଦା କାଠ ଶଯ୍ୟା, ଆୟତାକାର କିମ୍ବା ବର୍ଗାକାର ଶଯ୍ୟାରେ ଶୋଇବା ଉଚିତ୍ । ସୁନାର କିମ୍ବା ଲୁହାର ଶଯ୍ୟା, ବୃ ।କାର କିମ୍ବା ଧନୁ ଆକାରର ହେବା ଉଚିତ୍ ନୁହେଁ ।

-ବାସ୍ତୁ ଅନୁଯାୟୀ କଣ୍ଟା ଓ ତୀକ୍ଷ୍ଣ ଜାତୀୟ କୌଣସି ଉଦ୍ଭିଦକୁ ଶୋଇବା ଘରେ ରଖନ୍ତୁ ନାହିଁ । ଏହା ଶୋଇବା ଉପରେ ଖରାପ ପ୍ରଭାବ ପକାଇଥାଏ । ଶବ୍ଦ କରୁଥିବା ଫ୍ୟାନ ଶୋଇବା ଘରେ ଲଗାନ୍ତୁ ନାହିଁ ।

Get real time updates directly on you device, subscribe now.