fbpx

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମନ କଲା ED

ଭୁବନେଶ୍ୱର: ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମନ କଲା ଇଡି । ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ସମନ । ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ସମନ କଲା ଇଡି । ଡକ୍ୟୁମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି । ଗତକାଲି ଇଡି ରେଡ୍‌ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ । କହିଥିଲେଲେ କେହି ପ୍ରମାଣ କରିଦେଲେ ରାଜନୀତିରୁ ସନ୍ନ୍ୟାସ ନେବି ।

ରାଜନୀତି କରୁଛୁ ହେଲେ କାହାର ଟଙ୍କାଟିଏ କି ଜମିଟିଏ ନେଇନୁ, ଏପରି କହିଲେ ପ୍ରଫୁଲ୍ଲ ।  ‘କେହି ଯଦି ଏହାର ପ୍ରମାଣ କରିଦେବ, ରାଜନୀତିରୁ ସନ୍ନ୍ୟାସ ନେବି’ । ଗୁରୁବାର ବିଧାୟକଙ୍କ ଘରେ ଇଡି ଚଢାଉ କରିଥିଲା । ଇଡି ପକ୍ଷରୁ ଭଦ୍ରକ ସହର ୪ ସ୍ଥାନରେ ଚଢ଼ାଉ ହୋଇଥିଲା । ତେବେ ପ୍ରଫୁଲ୍ଲଙ୍କ ମୋଟ ୧୦ଟି ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡିଛି । ୨୦ କୋଟି ଜମି କେଳେଙ୍କାରୀ ଅଭିଯୋଗରେ ଇଡି ପକ୍ଷରୁ ଏହି ରେଡ କରାଯାଇଥିଲା ।

Get real time updates directly on you device, subscribe now.