fbpx

ଇଡିର ସମନକୁ ସମ୍ମାନ କରିବା ଉଚିତ, ଜାଣନ୍ତୁ କେଉଁ ମାମଲାରେ ଏପରି ଟିପ୍ପଣୀ ରଖିଲେ ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ବଡ ଟିପ୍ପଣୀ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ପିଏମ୍‌ଏଲ୍‌ଏ ଧାରା ୫୦ ଜରିଆରେ ଯାହାଙ୍କୁ ବି ସମନ କରାଯାଉଛି ସେ ସେହି ସମନକୁ ସମ୍ମାନ କରିବା ଉଚିତ ଓ ତାହାର ଜବାବ ଦେବା ଉଚିତ । ଖାସ୍ କଥା ହେଉଛି କୋର୍ଟଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି ଯେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଲଗାତର ୮ଥର ସମନ ଆସିଲାଣି ।

ମାଡ୍ରାସ ହାଇକୋର୍ଟଙ୍କ ଏକ ଆଦେଶ ବିରୁଦ୍ଧରେ ଶୀର୍ଷ ନ୍ୟାୟାଳୟରେ ଯାଚିକା ଦାଖଲ କରାଯାଇଥିଲା । ବାଲି ଉଠାଣ ଘୋଟାଲାରେ ତାମିଲନାଡୁର ୫ ଡିଏମ୍‌ଙ୍କୁ ଜାରି ସମନ ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଥିଲେ । ତାମିଲନାଡୁ ସରକାର ଇଡି ପକ୍ଷରୁ ଜାରି ସମନ ବିରୁଦ୍ଧରେ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହା ଉପରେ ପରବର୍ତ୍ତୀ ସମୟରେ ଡିଭିଜନ ବେଞ୍ଚ ରୋକ ଲଗାଇ ଦେଇଥିଲେ ।

ଏହାପରେ ଇଡି ହାଇକୋର୍ଟଙ୍କ ଏହି ରୋକ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଲାଗିଥିବା ରୋକକୁ ହଟାଇ ଦେବା ସହିତ ସମସ୍ତ ଜିଲ୍ଲାପାଳଙ୍କୁ ଇଡି ନିକଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.