fbpx

Big News; ନକଲି ଶିକ୍ଷକଙ୍କ ଉପରେ ଛାଟ ପାହାର: ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶାଳୟର ଚିଠି

ଭୁବନେଶ୍ୱର: ସାରା ରାଜ୍ୟରେ ଅନେକ ସ୍ଥାନରୁ ନକଲି ଶିକ୍ଷକଙ୍କ ବିଷୟରେ ଜାଣିବାକୁ ମିଳିଛି । ଏହାପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନେଇଛି ଓଡ଼ିଶାର ଶିକ୍ଷା ନିର୍ଦ୍ଦେଶଳୟ । ଏଥିପାଇଁ ଶିକ୍ଷା ଅଧିକାୀମାନଙ୍କୁ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ପଠାଯାଇଛି । ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଡୁପ୍ଲିକେଟ ଶିକ୍ଷକମାନଙ୍କ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷା ନିର୍ଦ୍ଦେଶାଳୟ ।

ଅନେକ ସ୍କୁଲରେ ନକଲି ଶିକ୍ଷକ ପାଠ ପଢାଉଥିବା ବେଳେ ଏହା ବିପକ୍ଷରେ ପଦକ୍ଷେପ ନେବା ଆରମ୍ଭ କରିଛି ଶିକ୍ଷା ନିର୍ଦ୍ଦୋଳୟ । ଏଥିପାଇଁ ସମସ୍ତ ଅଧିକାରୀମାନଙ୍କୁ ନକଲି ଶିକ୍ଷକ/ଶିକ୍ଷୟତ୍ରୀଙ୍କ ତାଲିକା ଏବଂ ତଥ୍ୟା ଦେବା ପାଇଁ କହିଥିଲେ । କିନ୍ତୁ ୧୧ ଟି ଜିଲ୍ଲାର ଶିକ୍ଷା ଅଧିକାରୀ ନକଲି ଶିକ୍ଷକଙ୍କ ତାଲିକା ଦେଉନାହାନ୍ତି । ତେଣୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଚିଠି ପଠାଇଛି । ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ଲୋକମାନଙ୍କ ତାଲିକା ଦେବା ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏସବୁ ତଥ୍ୟ ଦେଇ ନଥିବାରୁ ସତ୍ୟପାଠ ହୋଇ ପାରୁ ନାହିଁ । ତେଣୁ ବର୍ତ୍ତମାନ ଏ ସମ୍ପର୍କରେ ଜନସ୍ୱାର୍ଥ ମାମଲାରେ ସରକାର ସତ୍ୟପାଠ ଦାଖଲ କରିବେ ବୋଲି ଜାଣିବାକୁ ମିଳିଛି । ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ପଠାଇବା ପାଇଁ ଚିଠିରେ ସମ୍ପୃକ୍ତ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.