fbpx
BSKY SKY
BSKY SKY

ଭିଜିଲାନ୍ସ ଜାଲରେ JE: ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

BSKY

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ JE ବା କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୭ଟି ସ୍ଥାନରେ ଚଢ଼ାଉ କରୁଛି ।

ମାଲକାନଗିରିର ଭଡ଼ାଘର ଓ କାର୍ଯ୍ୟାଳୟ ସମେତ ବାଲେଶ୍ୱର, ଜଳେଶ୍ୱର ଓ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପିଙ୍କ ସହ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର, ୮ ଜଣ ଏସଆଇ ସାମିଲ ଅଛନ୍ତି । ବର୍ତ୍ତମାନ ବାଲେଶ୍ୱର ଜଳେଶ୍ୱରରେ ଥିବା ୩ ମହଲା କୋଠା, ଭୁବନେଶ୍ୱର ରଘୁନାଥପୁରରେ ଥିବା ଫ୍ଲାଟ, ପୋଖରୀପୁଟରେ ଥିବା ସମ୍ପର୍କୀୟଙ୍କ ଘର ପ୍ରମୁଖ ସ୍ଥାନରେ ଚଢ଼ାଉ ଚାଲିଛି ।

Get real time updates directly on you device, subscribe now.