UGC NET June 2025 Result : ବାହାରିଲା ରେଜଲ୍ଟ, ugcnet.nta.ac.inରେ କରନ୍ତୁ ଚେକ୍
ଘୋଷଣା କରିଥିବା ତାରିଖ ପୂର୍ବରୁ ୟୁଜିସି ନେଟ୍ ରେଜଲ୍ଟ ବାହାର କଲା ଏନଟିଏ ।
ନୂଆଦିଲ୍ଲୀ: UGC NET ଜୁନ୍ 2025 ସେସନର ଫଳାଫଳ ପ୍ରକାଶ ପାଇଛି । ଏନଟିଏ ପକ୍ଷରୁ ରେଜଲ୍ଟ ଜାରି କରାଯାଇଛି ।
ସମୟ ପୂର୍ବରୁ ବାହାରିଲା ରେଜଲ୍ଟ- ସରକାରୀ ୱେବସାଇଟ୍ ugcnet.nta.ac.inକୁ ଯାଇ ପରୀକ୍ଷା ଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ । କହିରଖୁଛୁକି, UGC NET ଜୁନ୍ 2025 ସେସନର ଫଳାଫଳ 22 ତାରିଖରେ ପ୍ରକାଶିତ ହେବା ନେଇ ଏନଟିଏ ପକ୍ଷରୁ କୁହାଯାଇଥିଲା । ହେଲେ ହଠାତ୍ ଗୋଟିଏ ଦିନ ପୂର୍ବରୁ ଜାରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
UGC-NET ଜୁନ୍ 2025 ପରୀକ୍ଷା NTA ଦ୍ୱାରା ପରିଚାଳିତ ହୋଇଥିଲା। ଏହି ପରୀକ୍ଷା ମୋଟ 85 ଟି ବିଷୟ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT) ମୋଡ୍ ରେ କରାଯାଇଥିଲା।
ଜୁନରେ ହୋଇଥିଲା ପରୀକ୍ଷା- ଏହି ପରୀକ୍ଷା 25 ଜୁନ୍ 2025 ରୁ 29 ଜୁନ୍ 2025 ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । ଯେଉଁଥିରେ ମୋଟ 10 ଟି ସିଫ୍ଟରେ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ଦେଶର 285 ଟି ସହରରେ ପରିଚାଳିତ ହୋଇଥିଲା, ଯେଉଁଥିରେ 10,19,751 ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ।
କିପରି ଚେକ୍ କରିବେ ରେଜଲ୍ଟ-
- ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ଭିଜିଟ କରନ୍ତୁ
- ହୋମ୍ ପେଜ୍ରେ “UGC NET ଜୁନ୍ 2025: ସ୍କୋରକାର୍ଡ ପାଇଁ ଏଠାରେ କ୍ଲିକ୍ କରନ୍ତୁ” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
- ଆବେଦନ ନମ୍ବର ଏବଂ ପାସୱାର୍ଡ/ଜନ୍ମ ତାରିଖ ସହିତ ଲଗ୍ ଇନ୍ କରନ୍ତୁ
- ଏହା ସହିତ କ୍ୟାପଚା/ସୁରକ୍ଷା କୋଡ୍ ମଧ୍ୟ ପ୍ରବେଶ କରନ୍ତୁ
- ‘ସବମିଟ୍’ ବଟନ୍ ଦବାନ୍ତୁ। ଏହାପରେ ସ୍କୋରକାର୍ଡ ସ୍କ୍ରିନ୍ରେ ଦେଖାଯିବ
- ଫଳାଫଳ ଡାଉନଲୋଡ୍ ଏବଂ ପ୍ରିଣ୍ଟ କରନ୍ତୁ