ଆଠଟି ବଜେଟ୍‌, ୮ ପ୍ରକାର ଶାଢ଼ି, ଜାଣନ୍ତୁ ଅର୍ଥମନ୍ତ୍ରୀ ଏହି ଶାଢ଼ିକୁ ନେଇ କ’ଣ ଦେଇଛନ୍ତି ମେସେଜ୍

ବଜେଟ୍ ଉପସ୍ଥାପନ ସମୟରେ ଶାଢ଼ି ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦର୍ଶାଇଲେ ଭାରତର ସମୃଦ୍ଧ ସଂସ୍କୃତି ।

ନୂଆଦିଲ୍ଲୀ: ଭାରତୀୟ ପରମ୍ପରାରେ ଶାଢ଼ିର ବିଶେଷ ମହତ୍ୱ ରହିଛିା

ବଜେଟ୍ ଅଧିବେଶନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାରମ୍ପରିକ ଶାଢ଼ି ପ୍ରତି ଥିବା ଦୁର୍ବଳତା ସ୍ପଷ୍ଟ ବାରି ହୋଇପଡ଼ୁଛିା

ଅର୍ଥମନ୍ତ୍ରୀ ପରିଧାନ କରିଥିବା ହସ୍ତତନ୍ତ ଶାଢ଼ି ଭାରତୀୟ ପରମ୍ପରା, ସଂସ୍କୃତି ଓ ଐତିହ୍ୟର କାହାଣୀ ବଖାଣୁଛିା

ନିର୍ମଳାଙ୍କ ଶାଢ଼ି ସଉକ୍‌: କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ ।

ଆଠଟି ବଜେଟ୍ ଅଧିବେଶନରେ ତାଙ୍କୁ ୮ ବିଶେଷ ଶାଢ଼ିରେ ଦେଖିବାକୁ ମିଳିଛି ଯେଉଁଥିରେ ଭାରତର ସମୃଦ୍ଧ ବୟନ ଐତିହ୍ୟ ଏବଂ ପାରମ୍ପରିକ କାରିଗରୀର ଝଲକ ଦେଖିବାକୁ ମିଳିଛିା

୨୦୨୫-୨୬ ବଜେଟ୍‌: ଚଳତି ବର୍ଷ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କ୍ରିମ୍ ରଂଗର ମଧୁବନୀ କାରିଗରୀ ଶାଢ଼ିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତିା

ଏହି ଶାଢ଼ିକୁ ବିହାରର ପଦ୍ମ ପୁରସ୍କାର ପାଇଥିବା ଦୁଲାରୀ ଦେବୀ ତାଙ୍କୁ ଉପହାର ସଦୃଶ ଦେଇଥିଲୋ

୨୦୨୪-୨୫ ବଜେଟ୍‌: ଏହି ସମୟରେ ଅର୍ଥମନ୍ତ୍ରୀ କ୍ରୀମ୍ ରଂଗର ଚେକ୍ ଓ ମେଜେଣ୍ଟା ରଂଗର ଧଡ଼ି ଥିବା ମଙ୍ଗଲାଗିରି ଶାଢ଼ି ପିନ୍ଧି ବଜେଟ୍ ଉପସ୍ଥାପନ କରିଥିଲୋ

ଏହା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ପାରମ୍ପରିକ ଶାଢ଼ି ଯାହା ସାଧା ଡିଜାଇନ୍ ଏବଂ ଏଲିଗାଣ୍ଟ୍ ଲୁକ୍ ପାଇଁ ବେଶ୍ ଜଣାଶୁଣ।।

୨୦୨୪ ଅନ୍ତରୀଣ ବଜେଟ୍‌: ସେହି ସମୟରେ ଅର୍ଥମନ୍ତ୍ରୀ ନୀଳ ରଂଗରେ ପତ୍ର ପ୍ରିଣ୍ଟ୍ ଥିବା ଶାଢ଼ି ପିନ୍ଧିଥିଲୋ ନୀଳ ରଂଗ ଶାନ୍ତି, ସ୍ଥିରତା, ପ୍ରେରଣା, ଜ୍ଞାନ ଏବଂ ବିଶ୍ୱାସର ପ୍ରତୀକା
ଏହା କନ୍ଥା ଏମ୍ବ୍ରୋଡେରୀ ଥିବା ଟସର ହସ୍ତତନ୍ତ ସିଲ୍କ୍ ଶାଢ଼ି ଥିଲ।।

୨୦୨୩-୨୪ ବଜେଟ୍‌: ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନାଲି ଏବଂ କଳା ରଂଗ ମିଶ୍ରିତ ଶାଢ଼ିରେ ନଜର ଆସିଥିଲୋ ଏହା ଶୌର୍ଯ୍ୟ ଏବଂ ଶକ୍ତିର ପ୍ରତୀକ ଅଟୋ

କଳା ଏବଂ ଗୋଲ୍ଡେନ୍ ଧଡ଼ି ଥିବା ଟେମ୍ପଲ ଡିଜାଇନ୍ ଦକ୍ଷିଣ ଭାରତୀୟ ଷ୍ଟାଇଲକୁ ଦର୍ଶାଇଥିଲ।।

୨୦୨୨-୨୩ ବଜେଟ୍‌: ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ମାଟିଆ(ବ୍ରାଉନ୍‌) ରଂଗର ବୋମକାଇ ଶାଢ଼ି ପିନ୍ଧିଥିଲୋ ଏହା ମାଧ୍ୟମରେ ସେ ଓଡ଼ିଶାର ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିଥିଲୋ
୨୦୨୧-୨୨ ବଜେଟ୍‌: ସେହି ବର୍ଷ ଅର୍ଥମନ୍ତ୍ରୀ ତେଲେଙ୍ଗାନାର ପୋଚାମପଲ୍ଲୀ ଇକ୍କତ ନାଲି କ୍ରିମ୍ ମିଶ୍ରିତ ରଂଗର ଶାଢ଼ି ପିନ୍ଧି ବଜେଟ୍ ଉପସ୍ଥାପନ କରିଥିଲୋ ଧଡ଼ିରେ ଆମ୍ବକଷି ଡିଜାଇନ୍ ମଧ୍ୟ ହୋଇଥିଲ।। ନାଲି ରଂଗ ଶକ୍ତି ଏବଂ ସଂକଳ୍ପର ପ୍ରତୀକା ନାଲି ଏବଂ କ୍ରିମ୍ ରଂଗ ଶାଢ଼ିରେ ଅର୍ଥମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ

୨୦୨୦-୨୧ ବଜେଟ୍‌: କୌଣିସି ଶୁଭ କାର୍ଯ୍ୟ ପାଇଁ ହଳଦିଆ ରଂଗକୁ ଉତ୍ତମ ବିବେଚିତ କରାଯାଇଛିା ଏହା ଉତ୍ସାହ ଏବଂ ଉର୍ଜ୍ଜାର ପ୍ରତୀକ ଅଟୋ

ଅର୍ଥମନ୍ତ୍ରୀ ୨୦୨୦-୨୧ ବଜେଟ୍ ଉପସ୍ଥାପନ କରିବା ସମୟରେ ହଳଦିଆ ରଂଗର ଶାଢ଼ି ପିନ୍ଧିଥିଲୋ

୨୦୧୯-୨୦ ବଜେଟ୍‌: ଅର୍ଥମନ୍ତ୍ରୀ ସେତେବେଳେ ଗୋଲାପି ରଂଗର ମଙ୍ଗଲାଗିରି ଶାଢ଼ିରେ ବଜେଟ୍ ଉପସ୍ଥାପନ କରିଥିଲୋ ଗୋଲାପି ରଂଗ ସ୍ଥିରତା ଏବଂ ଗମ୍ଭୀରତାର ପ୍ରତୀକା
ସେହି ବର୍ଷ ବ୍ରିଫ୍‌କେସ୍ ପରମ୍ପରା ଭାଙ୍ଗି ବଜେଟ୍ ପାଇଁ ପାରମ୍ପରିକ ‘ବହି ଖାତା’ ବ୍ୟବହାର କରିଥିଲୋ