fbpx

ଭୟଙ୍କର ସିଲିଣ୍ଡର ବିସ୍ଫୋରଣରେ ଦୁଇ କୋଠା ଭୁଶୁଡ଼ିଲା: ୪ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଗୋଣ୍ଡାରେ ସିଲିଣ୍ଡର ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ, ଦୁଇ ମହିଳା ଓ ୪ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ଆଜି ସକାଳୁ ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯିବା ସହ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବିସ୍ଫୋରଣରେ ଦୁଇଟି କୋଠା ଘର ଭୁଶୁଡ଼ି ପଡ଼ିଥିଲା । ଫଳରେ ୧୨ରୁ ଅଧିକ ଲୋକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ନିଶାର ଅହମ୍ମଦ (୩୫), ଶାମଶାଦ (୨୮), ସାଇକିନ ନିଶା (୩୫), ରୁବିନା ବାନୋ (୩୨), ମହମ୍ମଦ ଶୋଏବ (୨), ମେରାଜ (୧୧), ନୁରୀ ସବା (୧୨), ଶାହଜାନ ଅହମ୍ମଦ (୧୪) ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଚ୍ଚାଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.