fbpx

(Video) ଚଳନ୍ତା ଟ୍ରେନରୁ ଡ଼େଇଁ ପଡିଲେ ବୃଦ୍ଧା ,ଦେଖନ୍ତୁ ଘଟଣାର ପୂରା ଦୃଶ୍ୟ

ତରତର ହୋଇ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବା ଅନେକ ସମୟରେ ଅସୁବିଧାର କାରଣ ହୋଇଛି । ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଜଣେ ମହିଳା ସନ୍ତୁଳନ ହରାଇପଡ଼ିଯାଇଥିଲେ। ଜଣେ ୬୫ ବର୍ଷ ବୟସ୍କା ବୃଦ୍ଧ ମହିଳା ଭୁଲ ଟ୍ରେନରେ ଚଢି ଥିଲେ। ଟ୍ରେନ ଚାଲିବ ପରେ ମହିଳା ଜଣଙ୍କ ଭୟଭୀତ ହୋଇ ପ୍ଲାଟଫର୍ମ ଉପରକୁ ଡେଇଁ ପଡ଼ିଥିଲେ। ପ୍ଲାଟଫର୍ମରେ ଥିବା ସିସିଟିଭି ଫୁଟେଜରେ ଏହି ଘଟଣା କଏଦ ହୋଇଛି। ପଶ୍ଚିମ ରେଳବାଇର ଜଣେ ଲୋକସମ୍ପର୍କ ଅଧିକାରୀ ଶୁକ୍ରବାର ଏହି ଭିଡିଓ ରିଲିଜ୍ କରିବା ସମୟରେ ସୂଚନା ଦେଇଛନ୍ତି। ରେଳ ଅଧିକାରୀ କହିଛନ୍ତି ଯେ ସାଗର ବାଇଙ୍କୁ ନାଗଡା ଯିବାକୁ ଥିଲା , କିନ୍ତୁ ଭୁଲରେ ସେ ଗୁରୁବାର ଅପରାହ୍ନରେ ରତଲାମ ରେଳ ଷ୍ଟେସନରେ ଏର୍ନାକୁଲମ-ହଜରତ ନିଜାମୁଦ୍ଦିନ ସୁପର ଫାଷ୍ଟ ଏକ୍ସପ୍ରେସ (୨୨୬୫୫) ରେ ଚଢି ଯାଇଥିଲେ। ସେ କହିଥିଲେ ଯେ ମହିଳା ଜଣକ ଭୁଲ ଟ୍ରେନରେ ଚଢି ଥିବାର ଜାଣିବା ପରେ ସେ କିଛି ଦେଖି ନଥିଲେ ଏବଂ ଚଳନ୍ତା ଟ୍ରେନରୁ ପ୍ଲାଟଫର୍ମ ଉପରକୁ ଡେଇଁପଡିଥିଲେ।

ଅଧିକାରୀଙ୍କ କହିବାନୁସାରେ, ମହିଳା ଜଣକ ପ୍ଲାଟଫର୍ମରେ ପଡ଼ିଯିବା ପରେ ବେହୋଶ ହୋଇ ଯାଇଥିଲେ। ଟ୍ରେନରେ ଖସିପଡିଥିବା ବୃଦ୍ଧ ମହିଳାଙ୍କୁ ଦେଖିବା ପାଇଁ ପ୍ଲାଟଫର୍ମରେ ଭିଡ଼ ଜମିଥିଲା। ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (ଆରପିଏଫ୍) ଯବାନ ଏବଂ କିଛି ଯାତ୍ରୀ ସଙ୍ଗେ ସଙ୍ଗେ ମହିଳାଙ୍କୁ ଉଠାଇ ମେଡିକାଲକୁ ନେଇଥିଲେ। ମହିଳାଙ୍କୁ ମେଡିକାଲ ରୁମରେ ପ୍ରଥମେ ଚିକିତ୍ସା କରାଯାଇଥିଲା। ଠିକ୍ ସମୟରେ ଚିକିତ୍ସା ହେତୁ ବୃଦ୍ଧ ମହିଳା ଶୀଘ୍ର ଚେତନା ଫେରି ପାଇଲେ। ସୌଭାଗ୍ୟବଶତଃ , ଟ୍ରେନର ଗତି ବହୁତ ଅଧିକ ନଥିଲା।

ଟ୍ରେନର ଗତି ପାଇଁ ମହିଳା ଜଣକ ସାମାନ୍ୟ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ବୃଦ୍ଧ ମହିଳା ଚଳନ୍ତା ଟ୍ରେନରୁ ପ୍ଲାଟଫର୍ମ ଉପରକୁ ଡେଇଁବା ପରେ ତାଙ୍କ ଗୋଡରେ ଆଘାତ ଲାଗିଛି।

Get real time updates directly on you device, subscribe now.