fbpx

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ସିମ୍ବଲ ଲୋଡିଂ ୟୁନିଟ୍ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

Advertisement

ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି । ୨୦୨୩ ବର୍ଷର ରିଟ୍‌ ପିଟିସନ (ସିଭିଲ) ସଂଖ୍ୟା ୪୩୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୬ ଏପ୍ରିଲ ୨୦୨୪ରେ ଦେଇଥିବା ଆଦେଶକୁ ଅନୁସରଣ କରି ଆୟୋଗ ଏହି ନୋଟିସ ଜାରି କରିଛନ୍ତି । ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲକୁ ଲାଗୁ କରିବା ନିମନ୍ତେ ଆବଶ୍ୟକ ମୌଳିକ ଭିତ୍ତିଭୂମି ଏବଂ ବ୍ୟବସ୍ଥା ପ୍ରସ୍ତୁତ କରିବା ଲାଗି ସବୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୧ ମଇ ୨୦୨୪ ପରେ ଯେଉଁସବୁ ଭିଭିପିଏଟି ମେସିନରେ ସିମ୍ବଲ ଲୋଡିଂ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇସାରିଛି ସେସବୁ ମାମଲାରେ ସଂଶୋଧିତ ପ୍ରୋଟୋକଲ ଲାଗୁହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିଲେ । ତଦନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯିବ ।

ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ଏସଓପି ଏବଂ ନିର୍ଦ୍ଦେଶନାମା ଜାରି କରାଯାଇଛି ଯାହା ନିମ୍ନରେ ଦିଆଗଲା :

https://www.eci.gov.in/eci-backend/public/api/download?

Get real time updates directly on you device, subscribe now.