fbpx

ମହାରାଷ୍ଟ୍ରର ୪ ଆସନରେ ନିର୍ବାଚନ, କିଏ ମାରିବ ବାଜି

Advertisement

ନୂଆଦିଲ୍ଲୀ: ଆଜି ସକାଳ ୭ଟାରୁ ମହାରାଷ୍ଟ୍ରର ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ । ମୁମ୍ବାଇ, କୋଙ୍କୋଣ, ନାଶିକ ଅଞ୍ଚରେ ମାହାରାଷ୍ଟ୍ର ବିଧାନସଭାର ଚାରୋଟି ଆସନରେ ନିର୍ବାଚନ ଚାଲିଛି । ଏହାର ଫଳାଫଳ ଘୋଷଣା ଜୁଲାଇ ୧ ରେ ଘୋଷଣା କରାଯିବା ନେଇ ମୋହର ବାଜି ସାରିଛି ।

ସୂଚନା ଅନୁସାରେ, ଏହି ନିର୍ବାଚନରେ ଶାସକ ଦଳରୁ ମୁମ୍ବାଇ ଶିକ୍ଷକ ନିର୍ବାଚନ ମଣ୍ଡଳୀରୁ ବିଜେପି ଏବଂ ମୁମ୍ବାଇ ନିର୍ବାଚନ ମଣ୍ଡଳୀ, କୋଙ୍କନ୍ ନିର୍ବାଚନ ମଣ୍ଡଳୀ ଏବଂ ନାଶିକ ନିର୍ବାଚ ମଣ୍ଡଳୀ ଆସନରେ ଲଢୁଥିବା ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ଶିବସେନା ସମର୍ଥନ କରୁଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ନିଶିକରେ ଶିବସେନା ପ୍ରାର୍ଥୀ କିଶୋର ଦାରାଡେଙ୍କୁ ଛିଡା କରିଛି ।

ସେହିପରି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ମଧ୍ୟ ଏନସିପିରୁ ନାଶିକ ନିର୍ବାଚନୀ ମଣ୍ଡଳୀରୁ ମହେଶ ଭବସରଙ୍କୁ ଏବଂ ମୁମ୍ବାଇ ନିର୍ବାଚନ ମଣ୍ଡଳୀରୁ ଶିବାଜୀରାଓ ନାଲାୱାଡେଙ୍କୁ ମନେନୀତ କରେଇଛନ୍ତି । ମୁମ୍ବାଇ ନିର୍ବାଚନୀ ମଣ୍ଡଳୀରେ ୮ ଜଣ ପ୍ରାର୍ଥୀଙ୍କ ଭିତରୁ ଶିବ ସେନାର ଅନିଲ ପାୱାର ଏବଂ ବିଜେପୁର କିରଣ ଶେଲାରଙ୍କ ଭିତରେ କଡା ଟକ୍କର ହେବ ବୋଲି ଆଶା କରାଯାଇଛି ।
ମହାରାଷ୍ଟ୍ରର ଏହି ୪ଟି ନିର୍ବାଚନୀ ମଣ୍ଡଳୀରେ ମୋଟ ୧ଲକ୍ଷ ୨୦ ହଜାର ୭୭୧ ଜଣ ଭୋଟଙ୍କ ଭିତରୁ ୭୧ ହଜାର ୧୦ ଜଣ ପୁରୁଷ ଥିବାବେଳେ ୪୯ ହଜାର ୭୫୫ ମହିଳା ଏବଂ ଅନ୍ୟାନ ୬ ଜଣ ରହିଛନ୍ତି ବୋଲି ଜଣାପଡିଛି । ତେବେ ଏହି ନିବା ର୍ଚନ ମ୍ୟାଚରେ କିଏ ଏଥର ବାଜି ପଲଟେଇବ ତାହା ଜୁନ ୧ ତାରିଖରେ ହିଁ ଜଣାପଡିବ ।

Get real time updates directly on you device, subscribe now.