fbpx

ପାକିସ୍ତାନ ନିର୍ବାଚନ; ଚାଲିଛି ଭୋଟ ଗଣତି, ଜାଣନ୍ତୁ କିଏ ଆଗରେ କିଏ ପଛରେ?

ଲାହୋର୍: ଗୁରୁବାର ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିର ୨୬୬ ଟି ଆସନ ପାଇଁ ମତଦାନ ପରେ ଫଳାଫଳ ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ଫଳାଫଳରେ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ୮୭ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ନୱାଜ ସରିଫଙ୍କ ପିଏମଏଲ-ଏନ ୭୪ ଜଣ ପ୍ରାର୍ଥୀ ଜିତିଛନ୍ତି। ପିପିପି ୫୧ ଟି ଆସନ ଜିତିଥିବା ବେଳେ ଅନ୍ୟମାନେ ୩୫ ଟି ଆସନ ଜିତିଛନ୍ତି । ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଫଳାଫଳ ଘୋଷଣା କରିନାହାନ୍ତି, କିନ୍ତୁ ପିଟିଆଇ ସମର୍ଥିତ ପ୍ରାର୍ଥୀଙ୍କ ବିପୁଳ ବିଜୟ କୁ ନେଇ ଦଳର ମୁଖ୍ୟ ଇମ୍ରାନ୍ ଖାନ୍ ଏକ ବିବୃତି ଜାରି କରିଛନ୍ତି।

ଏହି ମେସେଜରେ ଆଡିଆଲା ଜେଲରେ ବନ୍ଦୀ ଥିବା ଇମ୍ରାନ ଖାନ କହୁଛନ୍ତି, ଆପଣ ଭୋଟ ଦେଇ ପ୍ରକୃତ ସ୍ୱାଧୀନତାର ମୂଳଦୁଆ ପକାଇଛନ୍ତି। ୨୦୨୪ ନିର୍ବାଚନ ରେ ବିଜୟୀ ହୋଇଥିବାରୁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ତେବେ ଇମ୍ରାନ୍ ଖାନ୍ ଏବେ ଦୁର୍ନୀତି ମାମଲାରେ ଜେଲ୍ରେ ଥିବାରୁ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ମାଧ୍ୟମରେ ଏଭଳି ବୟାନ ଦିଆଯାଇଛି।

Get real time updates directly on you device, subscribe now.