ନୂଆଦିଲ୍ଲୀ: ବିଦ୍ୟୁତ୍ କନେକ୍ସନକୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି । କ’ଣ ଆପଣଙ୍କ ବିଦ୍ୟୁତ୍ କନେକ୍ସନ କଟିଯିବ କି ? ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏବିଷୟରେ ସୂଚନା ଦିଆଯାଇଛି । ଆଜିକାଲି ସୋସିଆଲ ମିଡିଆରେ ଏକ ନକଲି ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି ହେଉଛି ଯେ ଆଜି ରାତି ୯ ଟା ପୂର୍ବରୁ ସମସ୍ତଙ୍କୁ ନିଜର ବିଲ୍ ଅପଡେଟ୍ କରିବାକୁ ପଡିବ ନଚେତ୍ ଆପଣଙ୍କର କନେକ୍ସନ କଟିଯିବ । ବିଚ୍ଛିନ୍ନ ହେବ ।
ଭାଇରାଲ୍ ମେସେଜର ଫ୍ୟାକ୍ଟ ଚେକ୍:-
ପିଆଇବି ଏହି ଭାଇରାଲ ମେସେଜର ସତ୍ୟତା ଜାଣିବା ପାଇଁ ଚେଷ୍ଟା କରିଥିଲା । ଏହା ପରେ ପିଆଇବି କହିଛି ଯେ, ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୌଣସି ବିଜ୍ଞପ୍ତି ଜାରି କରାଯାଇ ନାହିଁ । ଶକ୍ତି ମନ୍ତ୍ରଣାଳୟ ନାମରେ ନକଲି ନୋଟିସ୍ ପଠାଯାଉଛି, ଯାହା ମାଧ୍ୟମରେ ଗ୍ରାହକଙ୍କୁ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ପାଇଁ ପଚରାଯାଉଛି । ତେଣୁ ଆପଣଙ୍କର ବିବରଣୀ କାହା ସହିତ ସେୟାର କରନ୍ତୁ ନାହିଁ ।
ପିଆଇବି ସ୍କାମ୍ ଘୋଷଣା କରିଛି:-
ପିଆଇବି କହିଛି ଯେ, ଏହିପରି ନକଲି ମେସେଜ୍ କାହା ସହ ସେୟାରୂ କରିବା ଉଚିତ ନୁହେଁ ଏବଂ କାହାର ବ୍ୟକ୍ତିଗତ ବିବରଣୀ ମନ୍ତ୍ରଣାଳୟ ଖୋଜୁନାହିଁ । ପିଆଇବି ଏହି ବିଜ୍ଞପ୍ତିକୁ ଏକ ସ୍କାମ୍ ବୋଲି ଘୋଷଣା କରିଛି ।
ମୋବାଇଲ୍ ନମ୍ବରକୁ ଡାଏଲ୍ କରନ୍ତୁ ନାହିଁ :-
ଯଦି ଗ୍ରାହକମାନେ ସେମାନଙ୍କର ବିଦ୍ୟୁତ୍ ସଂଯୋଗ ଜାରି ରଖିବାକୁ ଚାହାଁନ୍ତି, ତେବେ ସେମାନେ ଏହି ନମ୍ବରକୁ କଲ କରି ସେମାନଙ୍କର ବିଲ୍ ଅପଡେଟ୍ କରିପାରିବେ । ଯଦି ଆପଣ ମଧ୍ୟ ଏପରି କୌଣସି ବିଜ୍ଞପ୍ତି ଗ୍ରହଣ କରିଛନ୍ତି, ତେବେ ସତର୍କ ରୁହନ୍ତୁ । ଶକ୍ତି ମନ୍ତ୍ରଣାଳୟ ନାମରେ ନକଲି ବିଜ୍ଞପ୍ତି ମାଧ୍ୟମରେ ଲୋକଙ୍କୁ ସେମାନଙ୍କର ବିବରଣୀ ପଚରାଯାଉଛି ।