fbpx

ଏହି ଦିନରୁ ବୃଦ୍ଧି ପାଇବ ବିଜୁଳି ଦର: ଏତିକି ଟଙ୍କା ବଢିବା ନେଇ ପ୍ରସ୍ତାବକୁ ମଞ୍ଜୁରୀ

ଲକ୍ଷ୍ନୌ: ବିଜୁଳି ଦରରେ ବୃଦ୍ଧି କରିବା ନେଇ ବିଜୁଳି କମ୍ପାନୀର ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି ନିୟାମକ ଆୟୋଗ । ତେବେ ଆନ୍ତା ଏପ୍ରିଲରେ ସାଧାରଣ ଜନତାଙ୍କ ମଧ୍ୟରେ ଏ ନେଇ ନିଷ୍ପତ୍ତି ନେବ ଆୟୋଗ । ମେ ମାସର ଶେଷ କିମ୍ବା ଜୁନ ମାସ ପ୍ରତମ ସପ୍ତାହ ପର୍ଯ୍ୟନ୍ତ ନୂଆ ଦର ଘୋଷଣା କରାଯିବା ନେଇ ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ୨୦୨୩-୨୪ ବାର୍ଷିକ ରାଜସ୍ୱ ଆବଶ୍ୟକତାରେ ହାରାହାରି ୧୮-୨୩ ପ୍ରତିଶତ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦେଇଛନ୍ତି ସମସ୍ତ ବିଦ୍ୟୁତ କମ୍ପାନୀ । ବିଦ୍ୟୁତ ନିୟାମକ ଆୟୋଗର ଚେୟାରମ୍ୟାନ ଆରପି ସିଂହ ଏବଂ ସଦସ୍ୟ ଭି.କେ ଶ୍ରୀବାସ୍ତବଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ତେବେ ଏହି ପ୍ରସ୍ତାବରେ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦରରେ ପ୍ରାୟତଃ ୧୮-୨୩ ପ୍ରତିଶତ ବୃଦ୍ଧି ପାଇପାରେ । ସମସ୍ତ ବିଜୁଳି କମ୍ପାନୀର ବାର୍ଷିକ ପ୍ରାୟ ୯୨,୫୪୭ କୋଟି ଟଙ୍କା ରହିଛି ।

ଉତ୍ତରପ୍ରଦେଶ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ପରାମର୍ଶଦାତା ସମିତିର ସଦସ୍ୟ ଅବଧେଶ କୁମାର ବର୍ମା କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବିଜୁଳି ଦର ବୃଦ୍ଧି ପ୍ରସ୍ତାବକୁ ଲାଗୁ ହେବାକୁ ଦିଆଯିବ ନାହିଁ ଏବଂ ଚଳିତଥର ଉପଭୋକ୍ତାଙ୍କ ବିଜୟ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.