fbpx

ଜିଓର ଜବରଦସ୍ତ ଅଫର୍! ଏହି ଗ୍ରାହକଙ୍କୁ ମିଳିବ ଲକ୍ଷପତି ହେବାର ସୁଯୋଗ

ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ଲକ୍ଷପତି କରିବା ପାଇଁ ଜବରଦସ୍ତ ଅଫର ଆଣିଦେଇଛି ରିଲାଏନ୍ସ ଜିଓ । ୬ ସେପ୍ଟେମ୍ବରରୁ ୧୧ ସେପ୍ଟେମ୍ବର ମଧ୍ୟରେ ନିଜ ପ୍ଲାନ ସହ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ପ୍ରତିଦିନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦେଉଛି କମ୍ପାନୀ । ଜିଓର ୬ ବର୍ଷ ପୂରଣ ହେବାକୁ ସେଲିବ୍ରେଟ କରିବା ପାଇଁ କମ୍ପାନୀ ଏହି ଅଫର ଆଣିଦେଇଛି । ଅଫର ଅବଧି ମଧ୍ୟରେ ୨୯୯ ଟଙ୍କା ବା ଏଥିରୁ ଅଧିକ ପ୍ରିପେଡ ପ୍ଲାନ୍ ସହ ରିଚାର୍ଜ କରିଥିବା ଗ୍ରାହକଙ୍କୁ ପୁରସ୍କାର ଜିତିବାକୁ ଯୋଗ୍ୟ ହେବେ ।

ଏହି ଅଫର କେବଳ ତାମିଲନାଡୁ ସର୍କଲର ଗ୍ରାହକମାନଙ୍କ ପାଇଁ ଲାଗୁ ହେବ ନାହିଁ । ଅନୁମାନ କରାଯାଉଛି କି, ତାମିଲନାଡୁ ୟୁଜର୍ସଙ୍କ ବ୍ୟତୀତ ସମଗ୍ର ଭାରତରେ ଜିଓ ବ୍ୟବହାରକାରୀମାନେ ଏହି ଅଫରର ଲାଭ ଉଠାଇବାକୁ ଓ କିଛି ଜିତିବାକୁ ଯୋଗ୍ୟ ହୋଇପାରିବେ ।

ଅଫରର ଟର୍ମ ଓ କଣ୍ଡିସନକୁ ଜିଓ ଦ୍ୱାରା ନିଜ ଟ୍ୱିଟର ପୋଷ୍ଟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇ ନାହିଁ । ୫ ସେପ୍ଟେମ୍ବର ୨୦୨୨ ରେ ଜିଓ ବ୍ୟବସାୟରେ ଛଅ ବର୍ଷ ପୂରଣ କରିଛି । ଜିଓ ୫ ସେପ୍ଟେମ୍ବର ୨୦୧୬ ରେ ୪ଜି ନେଟୱାର୍କ ସେବା ଘୋଷଣା କରିଥିଲା । ଏହି ଅଫର୍ ଲାଇଭ୍ ହୋଇସାରିଥିବା ବେଳେ ରିଚାର୍ଜ କରୁଥିବା ଗ୍ରାହକମାନେ ଟେଲକୋରୁ କିଛି ପୁରସ୍କାର ଜିତିବାକୁ ସକ୍ଷମ ହେବେ ।

Get real time updates directly on you device, subscribe now.