fbpx

ଦୁନିଆର ସବୁଠାରୁ ଧନୀ ଏଲନ୍ ମସ୍କ ରଚିଲେ ଇତିହାସ, ଗୋଟିଏ ଦିନରେ କମାଇଲେ ୨.୭୧ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର୍ ତିଆରି କରୁଥିବା କମ୍ପାନୀ ଟେସଲାର ମାଲିକ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଇତିହାସ ରଚିଛନ୍ତି । ସୋମବାର ଦିନ ଏଲନ୍ ମସ୍କ ୨.୭୧ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି । ଗୋଟିଏ ଦିନରେ ସେ ଏହି ରକମ ସେ ରୋଜଗାର କରିଛନ୍ତି । ଏହା ପୂର୍ବରୁ କୌଣସି ବି ଧନୀ ଗୋଟିଏ ଦିନରେ ଏତ୍ରେ ପରିମାଣରେ ଟଙ୍କା ରୋଜଗାର କରିନାହାନ୍ତି । ବ୍ଲୁମବର୍ଗ ବିଲିନେୟର୍ସ ଇଣ୍ଡେକ୍ସ ଅନୁସାରେ, ମସ୍କଙ୍କ ସମ୍ପତ୍ତି ଏବେ ୨୮୯ ଅରବ୍ ଡଲାର୍ ହୋଇଯାଇଛି ।

ସୋମବାର ଦିନ ଇଲେକ୍ଟ୍ରିକ୍ କାର୍ ମାନୁଫ୍ୟାକ୍ଚୁରିଂ କମ୍ପାନୀ ଟେସଲାର ମାର୍କେଟ୍ କ୍ୟାପ୍ ୧ ଲକ୍ଷ କୋଟି ଡଲାର୍ ପାର୍ କରିଛି । ଏହି ଉପଲବ୍ଧି ହାସଲ କରିଥିବା କମ୍ପାନୀ ଟେସଲା ଆମେରିକାର ଷଷ୍ଠ କମ୍ପାନୀ ହୋଇଛି । ସୋମବାର ଦିନ କମ୍ପାନୀର ସେୟାର୍ ୧୪.୯ ପ୍ରତିଶତ ବୃଦ୍ଧି ପାଇ ୧,୦୪୫.୦୨ ଡଲାର୍ ରେ ପହଞ୍ଚିଛି । ସେୟାର୍ ବୃଦ୍ଧି ପାଇବା ଫଳରେ ମସ୍କଙ୍କ ସମ୍ପତ୍ତି ବୃଦ୍ଧି ପାଇଛି ।

ହର୍ଟଜ୍ ଗ୍ଲୋବାଲ୍ ହୋଲ୍ଡିଂସ୍ ଏକ ଲକ୍ଷ ଟେସଲା କାର୍ ଅର୍ଡର୍ କରିଛନ୍ତି । ୧ ଲକ୍ଷ କାର୍ ଅର୍ଡର୍ ମିଳିବା ପରେ କମ୍ପାନୀର ସେୟାର୍ ବୃଦ୍ଧି ପାଇଛି । ଏହି କାରଣରୁ ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ୨.୭୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ତେବେ ଟେସଲା ବ୍ୟତୀତ ମସ୍କ ରକେଟ୍ ମେକର୍ ସ୍ପେସ୍-ଏକ୍ସ ରେ ପ୍ରମୁଖ ସେୟାର ହୋଲଡର୍ ଓ ସିଇଓ ରହିଛନ୍ତି ।

 

Get real time updates directly on you device, subscribe now.