fbpx

ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅମ୍ରିତ ବିଶ୍ୱାଳ , ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଏବେ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି । ଭୁବନେଶ୍ୱର ଷ୍ଟେଟ ଫୋରେନ୍ସିକ ଲ୍ୟାବରେ ଏହି ଟେଷ୍ଟ କରାଯାଉଛି । ସେଠାରେ ପୃଥକ ପୃଥକ ଭାବେ ପ୍ରଶ୍ନ ପଚରାଯାଉଛି ।

ତେବେ ରିମାଣ୍ଡରେ ଯାଇଥିବା ବେଳେ ଅଭିଯୁକ୍ତମାନେ ଅନେକ ତଥ୍ୟ ପୋଲିସକୁ କହିନଥିଲେ । ରିମାଣ୍ଡରେ ସଫଳଳା ନମିଳିବାରୁ ପୋଲିସ ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା ।
ସୂଚନାଯୋଗ୍ୟ ଯେ, ମନୀଷ ତାଙ୍କର ୩ ଜଣଙ୍କ ସାଙ୍ଗଙ୍କ ସହିତ ପାତ୍ରପଡ଼ାର ଏକ ହୋଟେଲକୁ ଭୋର ସମୟରେ ଯାଇଥିଲେ । ହୋଟେଲରେ ବିଲ୍ ପେମେଣ୍ଟକୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ହୋଟେଲ ବାହାରେ ସାଙ୍ଗମାନେ ମନୀଷଙ୍କୁ ଆକ୍ରମଣ କରିଥିଲେ । ଏହି ଗଣ୍ଡଗୋଳରେ ମନୀଷଙ୍କୁ ମୃତ୍ୟୁ ଘଟିବାରୁ ପ୍ରମାଣ ନଷ୍ଟ କରିବାକୁ ସେମାନେ ମନୀଷଙ୍କୁ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ ।

Get real time updates directly on you device, subscribe now.