fbpx

ଦୁଇ ଦିନରେ ୩.୭୧ ଲକ୍ଷ କୋଟି ହରାଇଲେ ଏଲନ ମସ୍କ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଥିବା ଏଲନ ମସ୍କ ହରାଇଛନ୍ତି ୫୦ ବିଲିୟନ ଡଲାର । ମାତ୍ର ଦୁଇ ଦିନ ମଧ୍ୟରେ ମସ୍କ ଏହି ଅର୍ଥରାଶି ହରାଇଛନ୍ତି । ଟେସଲାର ଅଂଶଧନ ମୂଲ୍ୟରେ ହ୍ରାସ ଘଟିବା କାରଣରୁ ମସ୍କ ପ୍ରାୟ ୩ଲକ୍ଷ ୭୧ ହଜାର କୋଟି ଟଙ୍କା ହରାଇଛନ୍ତି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରେ ଘଟିଥିବା ହ୍ରାସ ମଧ୍ୟରେ ଏହା ସବୁଠାରୁ ଅଧିକ ବୋଲି କୁହାଯାଉଛି । ଏହା ପୂର୍ବରୁ ଆମାଜନ୍ ମାଲିକ ଜେଫ୍ ବେଜୋସ୍ ଗୋଟିଏ ଦିନରେ ୩୬ ବିଲିୟନ ଡଲାର ହରାଇଥିଲେ । ୨୦୧୯ରେ ମ୍ୟାକେଞ୍ଜି ସ୍କଟଙ୍କ ସହିତ ଛାଡପତ୍ର ପରେ ଗୋଟିଏ ଦିନରେ ବିପୁଳ କ୍ଷତି ସହିଥିଲେ ବେଜୋସ୍ ।

ଏତେ ବଡ ଅର୍ଥରାଶି ହରାଇଥିଲେ ହେଁ ଏବେବି ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ରହିଛନ୍ତି ମସ୍କ । ଏହା ସହିତ ବର୍ତ୍ତମାନ ସୁଦ୍ଧା ମସ୍କଙ୍କ ସମ୍ପତ୍ତିରେ ୭୦ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଟେସଲା ଏବଂ ସ୍ପେସ ଏକ୍ସର ଭଲ ପ୍ରଦର୍ଶନ ପାଇଁ ମସ୍କ ଲାଭରେ ରହିଛନ୍ତି । ଟ୍ୱିଟ କରି ଟେସଲାର ୧୦ ପ୍ରତିଶତ ଶେୟାର ବିକ୍ରି ପାଇଁ ପୋଲ କରିବା ପରେ ଏବଂ ମସ୍କଙ୍କ ଭାଇ କିମ୍ବାଲ ନିଜର ଅଂଶଧନ ବିକ୍ରି କରିଥିଲେ । ଏହାପରେ ଟେସଲାର ଅଂଶଧନ ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା । ଏହା ସହିତ ବେଜୋସ ଓ ମସ୍କ ସମ୍ପତ୍ତି ତାରତମ୍ୟ ୮୩ ବିଲିୟନ ଡଲାରରେ ପହଞ୍ଚିଛି । ଟେସଲାରେ ନିବେଶ କରୁଥିବା ନିବେଶକ ୭୫୦ ମିଲିୟନ ଡଲାର ଅର୍ଥ ହରାଇଛନ୍ତି । ସେହିପରି ଓରାକଲ ପ୍ରତିଷ୍ଠାତା ତଥା ଟେସଲାରେ ଦ୍ୱିତୀୟ ସର୍ବାଧିକ ଅଂଶଧନ ରଖିଥିବା ଲାରି ଏଲିସନ ମଧ୍ୟ ୨.୧ ବିଲିୟନ ଡଲାର ରହିଛି ।

Get real time updates directly on you device, subscribe now.