fbpx

ଟ୍ୱିଟରର ନୂଆ CEO ହେଲେ ଲିଣ୍ଡା: ସ୍ୱାଗତ ଜଣାଇଲେ ଏଲନ ମସ୍କ

Advertisement

ନୂଆଦିଲ୍ଲୀ: ପୂର୍ବରୁ ଚର୍ଚ୍ଚା ହେଉଥିବା କଥା ଏବେ ସତରେ ପରିଣତ ହୋଇଛି । ଟ୍ୱିଟରକୁ ମିଳିଛନ୍ତି ଆଉ ଜଣେ ନୂଆ ସିଇଓ । ଏଲନ ମସ୍କ ନିଜେ ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଏଲନ ବର୍ତ୍ତମାନ ଲିଣ୍ଡା ୟାକକାରିନୋଙ୍କ ହାତକୁ ହସ୍ତାନ୍ତର କରିଛନ୍ତି ଟ୍ୱିଟରର ସିଇଓ ପଦବୀ । ପୂର୍ବରୁ ସେ ଟ୍ୱିଟରର ନୂଆ ସିଇଓ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏବେ ତାହାହିଁ ହୋଇଛି ।

 

ଏନବିସି ୟୁନିଭର୍ସାଲର ସିଇଓ ପଦରେ ଏକ ଦଶନ୍ଧି ଧରି ରହିଛନ୍ତି ଲିଣ୍ଡା । ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ବେଳେ ସଂସ୍ଥାକୁ ଆଗେଇ ନେବା ପାଇଁ ସେ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ସେ ଏକ ବଡ ପରିବର୍ତ୍ତନ ଆଣିଛନ୍ତି । ଏହାବ୍ୟତୀତ ୧୯ ବର୍ଷ ଧରି ଟର୍ଣ୍ଣର ଏଣ୍ଟରଟେନମେଣ୍ଟରେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ଲିଣ୍ଡାଙ୍କ ପାଖରେ ରହିଛି । ଯାହା ଭବିଷ୍ୟତରେ ଟ୍ୱିଟର ପାଇଁ ମଧ୍ୟ ବେଶ୍ ସହାୟକ ହେବ ।

Get real time updates directly on you device, subscribe now.