fbpx

ଏଲନ ମସ୍କଙ୍କ ବଡ ପରିବର୍ତ୍ତନ; ଡୋମେନ ବଦଳାଇ ଏକ୍ସ ଡଟ କମ କଲେ

Advertisement

ନୂଆଦିଲ୍ଲୀ: ବିଶ୍ୱର ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମ ପୂର୍ବରୁ ଟୁଇଟର ଭାବରେ ଏହା ବେଶ ଜଣାଶୁଣା । ଏହା ୱେବସାଇଟ ୟୁଆରଏଲ କୁ ଟୁଇଟର ଡଟ କମ ରୁ ଏକ୍ସ ଡଟ କମ କୁ ପରିବର୍ତ୍ତନ କରାଯାଇଛି । ଟେକ ବିଲିୟନେୟାର ଏଲୋନ ମସ୍କକୁ ଜୁଲାଇ ୨୦୨୩ ରେ ପ୍ଲାଟଫର୍ମକୁ ନିଜ ଅଧିନରେ ଆଣିଲା ପରେ ଏହି ପରିବର୍ତ୍ତନ ଆସିଛି । ଏକ୍ସ ପଛରେ ଥିବା ଟିମ ଏକ ବର୍ଷଧରି ୟୁଆରଏଲ ର ପରିର୍ତ୍ତନ ଲାଗି ଏହା ଉପରେ କାର୍ଯ୍ୟ ଅସୁଥିଲେ । କମ୍ପାନୀ ଏହାର ଅଫିସିଆଲ ସାଇଟରେ ପୋଷ୍ଟ କରି ଏକ ନୋଟରେ ପରିବର୍ତ୍ତନ ଘୋଷଣା କରି କହିଛି- ଆମେ ଆପଣଙ୍କୁ ଜଣାଇ ଦେଇଉଛୁ ଯେ, ଆମେ ଆମର ୟୁଆରଏଲ ପରିବର୍ତ୍ତନ କରୁଛୁ । କିନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଡାଟା ସୁରକ୍ଷା ପାଇଁ ସମସ୍ତ ସେଟିଂ ସମୂହ ପୂର୍ବ ଭଳି ସମାନ ରହିଛି ।

ଏହି ପରିବର୍ତ୍ତନ ପୂର୍ବରୁ ଏଲନ ମସ୍କ କମ୍ପାନୀର ଆଇକନ ବ୍ଲୁ ବାର୍ଡକୁ ଲୋଗକୁ ଲ୍ୟାରି ବାର୍ଡ ନାମରେ ଜଣାଶୁଣା ଏକ ଫ୍ୟାନ ନିର୍ମିତ ଗ୍ରାଫିକସ ସହିତ ଏକ୍ସ ଅକ୍ଷର ଷ୍ଟାଇଲରେ ଲୋଗୋ ଆରମ୍ଭ ହୋଇଥିଲା । ଏଲନ ମସ୍କ ତାଙ୍କର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି । ପୂୂର୍ବର ସମସ୍ତ ସିଷ୍ଟମ ଏହି ଏସ୍କରେ ଉପଲବ୍ଧ ରହିଛି ଏଥିରେ କୌଣସି ପ୍ରକାର ଫିଚର ପରିବର୍ତ୍ତନ ହୋଇନାହିଁ । ଏଲନଙ୍କ ରକେଟ କମ୍ପାନୀ, ସ୍ପେସ ଏକ୍ସପ୍ଲାରେସନ ଟେକ୍ନୋଲଜି କର୍ପ ସ୍ପେସ ଏକ୍ସ ଭାବରେ ବିଶ୍ୱରେ ପରିଚିତ ଏବଂ ସ୍ୱୀକୃତିପ୍ରାପ୍ତ କମ୍ପାନୀ ରହିଛି । ୧୯୯୯ ମସିହା ଠାରୁ ମେ ଏକ୍ସ ଏକ ଉଦ୍ୟୋଗ ଆରମ୍ଭ କରିଛିଲେ । ଏହି ବ୍ୟପାର ଆର୍ଥିକ ସେବା ଉପରେ ଧ୍ୟାନ ଦେଇଥିଲା । ଏହାର ବିକାଶ ହେବା ପରେ ଏହି ପ୍ଲାଟଫର୍ମକୁ ପେ-ପାଲ ଭାବରେ ଜଣାଶୁଣା ରହିଛି ।

https://x.com/elonmusk/status/1791351500217754008?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1791351500217754008%7Ctwgr%5E8dab7215479e71d345b21f0136ef076270b2a0ca%7Ctwcon%5Es1_&ref_url=https%3A%2F%2Fzeenews.india.com%2Ftechnology%2Felon-musk-changes-twitter-domain-url-from-twitter-com-to-x-com-2750048.html

 

 

Get real time updates directly on you device, subscribe now.