fbpx

EMI Free Loan ଆପଣଙ୍କ ପାଇଁ ଉପଯୁକ୍ତ ହୋଇପାରେ, ଯଦି ଆପଣଙ୍କର ପ୍ରତ୍ୟେକ ମାସରେ ଦରମା ଆସୁନାହିଁ

Advertisement

ନୂଆଦିଲ୍ଲୀ: ସାଧାରଣତଃ ଯେତେବେଳେ ଆପଣ କୌଣସି ଲୋନ୍ ନେଇଥାନ୍ତି, ତେବେ ପ୍ରତ୍ୟେକ ମାସରେ ଇଏମଆଇ ଦେବାକୁ ପଡ଼ିଥାଏ । ଯଦି ଇଏମଆଇ ଦେଇ ନପାରନ୍ତି, ତେବେ ଆପଣ ବହୁ ଅସୁବିଧାରେ ପଡ଼ିଥାନ୍ତି । ତେବେ ଆପଣ ଜାଣନ୍ତି କି ବ୍ୟାଙ୍କ ତରଫରୁ ବିନା ଇଏମଆଇ ବାଲା ଲୋନ ମଧ୍ୟ ପ୍ରଦାନ କରାଯାଇଥାଏ । ଏଥିରେ ଆପଣଙ୍କୁ ପ୍ରତ୍ୟେକ ମାସରେ କିସ୍ତି ଭରିବାକୁ ପଡ଼ିନଥାଏ । ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କର କିଛି ମାସରେ ରୋଜଗାର ହୋଇନଥାଏ ତ ଆଉ କିଛି ମାସରେ ମୋଟା ଅଙ୍କର ରୋଜଗାର ହୋଇଥାଏ । ଯେଉଁ ଲୋକଙ୍କର ମାସିକ ଭଲ ଇନକମ୍ ଆସିନଥାଏ, ସେମାନଙ୍କୁ ପ୍ରତି ମାସରେ କିସ୍ତି ଭରିବାକୁ ଅସୁବିଧା ହୋଇଥାଏ ।

ତେବେ ଏପରି ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଇଏମଆଇ ଫ୍ରି ଲୋନ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । ଏଥିରେ ପ୍ରତ୍ୟେକ ମାସରେ କିସ୍ତି ଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଫିକ୍ସ ହୋଇ ନଥାଏ । ଆପଣ ନିଜ ସୁବିଧାରେ ବଜେଟ ଅନୁଯାୟୀ ଅର୍ଥ ଭରିପାରିବେ । ଏହି ଲୋନରେ ଆପଣମାନେ ତିନି ମାସ, ଛଅ ମାସରେ କିଛି କିଛି ଅର୍ଥ ଜମା କରିପାରିବେ । ତେବେ ଏଥିପାଇଁ ଆପଣଙ୍କର ସର୍ବନିମ୍ନ ଦରମା ୩୦ ହଜାର ଟଙ୍କା ହୋଇଥିବା ଦରକାର । ଏହାଛଡ଼ା, ଲିମିଟେଡ୍, ପ୍ରାଇଭେଟ୍ ଲିମିଟେଡ, ସରକାରୀ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏହି ଲୋନ୍ ନେଇପାରିବେ । ଏହି ଲୋନ୍ ନେବା ପାଇଁ ଆହୁରି ଅନେକ ସର୍ତ୍ତ ମଧ୍ୟ ରହିଛି । ଇଏମଆଇ ଫ୍ରି ଲୋନ୍ ନେଇଥିବା ବ୍ୟକ୍ତିଙ୍କୁ ପ୍ରତ୍ୟେକ ମାସରେ କେବଳ ସୁଧ ଓ ୬ ମାସରେ ମୂଳ ରାଶି ଜମା କରିବାକୁ ପଡ଼ିଥାଏ । ଲୋନ୍ ଯେଉଁମାନଙ୍କୁ ମିଳିଥାଏ, ସେମାନଙ୍କ ଆକାଉଣ୍ଟରେ କମ୍ ସମୟରେ ମଧ୍ୟ ଋଣ ରାଶି ଟ୍ରାନ୍ସଫର ହୋଇଯାଇଥାଏ ।

Get real time updates directly on you device, subscribe now.