fbpx

ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର, ଜଣେ ପୋଲିସ ସହୀଦ

ନୂଆଦିଲ୍ଲୀ:ଆଜି ପଞ୍ଜାବ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟଣାରେ ଜଣେ ପୋଲିସ କର୍ମୀ ସହୀଦ ହୋଇଛନ୍ତି । ରାଜ୍ୟର ହୋସିଆରପୁର ଜିଲ୍ଲାରେ ସିଆଇଏ ଟିମ୍ ଛାପା ମାରିବାକୁ ପହଞ୍ଚିଥିଲେ । ଏହି ସମୟରେ ଅପରାଧୀଙ୍କ ପକ୍ଷରୁ ଫାୟାରିଂ କରାଯାଇଥିଲା ଯେଉଁଥିରେ ଜଣେ ପୋଲିସ ସହୀଦ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପଞ୍ଜାବ ପୋଲିସର ସିଆଇଏ ଟିମ୍‌କୁ ସୂଚନା ମିଳିଥିଲା କି ହୋସିଆରପୁର ମୁକେରିଆ ଗଆମରେ ରାଣା ମଂସୁରପୁର ନାମକ ଜଣେ ବ୍ୟକ୍ତିି ନିକଟରେ ଅବୈଧ ଅସ୍ତ୍ରଶସ୍ତ୍ର ରହିଛି । ଏହାପରେ ମୁକେରିଆରେ ଯେତେବେଳେ ଟିମ୍ ପହଞ୍ଚିଥିଲେ ଅପରାଧୀଙ୍କ ପକ୍ଷରୁ ଫାୟାରିଂ କରାଯାଇଥିଲା । ଏହାର ଜବାବରେ ପୋଲିସ ପକ୍ଷରୁ ଫାୟାରିଂ କରାଯାଇଥିଲା ।
ଅପରାଧୀଙ୍କ ପକ୍ଷରୁ ହୋଇଥିବା ଫାୟାରିଂରେ ଏକ ଗୁଳି ଜଣେ ସିଆଇଏ କର୍ମଚାରୀଙ୍କୁ ଲାଗିଥିଲା । ପୋଲିସ କର୍ମୀଙ୍କ ଛାତିରେ ଏହି ଗୁଳି ବାଜିଥିଲା । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ।

Get real time updates directly on you device, subscribe now.