ନୂଆଦିଲ୍ଲୀ: ଛତିଶଗଡ ସୁକୁମା ବିଜାପୁର ସୀମାରେ ପୁଣି ଥରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି ।
3 ଆତଙ୍କବାଦୀ ସଫା- ଏହି ଏନରାଉଣ୍ଟରରେ 3ଜଣ ମାଓବାଦୀ ସଫା ହୋଇଯାଇଛନ୍ତି । ଡିଆରଜି , ଏସଟିଏଫ୍, କୋବ୍ରା ବାହିନୀର ମିଳିତ ଅପରେସନରେ ଏହି ସଫଳତା ମିଳିଛି ।
ଆଇଇଡି ବ୍ଲାଷ୍ଟର ବଦଲା- ଖବର ଅନୁସାରେ, କିଛି ଦିନ ତଳେ ଛତିଶଗଡରେ ଆଇଡି ବ୍ଲାଷ୍ଟ ହୋଇଥିଲା । ଏହି ବିସ୍ଫୋରଣରେ 8 ଜଣ ଯବାନ ସହିଦ ହୋଇଯାଇଥିଲେ । ମାଓ ଅପରେସନ ସାରି ବାଟରେ ଫେରୁଥିଲେ ଯବାନ ।
ଏହି ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଆଜି ଏହାର ବଦଲା ନେଇଛନ୍ତି ସୁରକ୍ଷାକର୍ମୀ । 3 ଜଣ ମାଓବାଦୀ ଟଳି ପଡିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୁଳି ବିନିମୟ ଜାରି ରହିଛି । ଏହା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ ସଫଳତା କୁହାଯାଇପାରେ ।