fbpx

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ:ଜାମ୍ମୁ କାଶ୍ମୀରର ସୋପିଆନରେ ପୁଣି ଥରେ ଗୁଳି ବିନିମୟ ହୋଇଛି । ଆଜି ସକାଳେ ସୋପିଆନ୍‌ର କେପାରିନ୍‌ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିବା ଜଣା ପଡିଛି । ତେବେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିବା ବାଳେ, ଜୈସ-ଏ- ମହମ୍ମଦ ଆତଙ୍କବାଦୀ ନିହତ ହୋଇଛି । ବର୍ତ୍ତମାନ ସେହି ଅଞ୍ଚଳରେ ପୋଲିସ ଓ ସୋନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ସୋପିଆନ୍‌ର କାଇପାରିନ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ । ଏହା ପରେ ସେମାନେ ଏକ ସର୍ଚ୍ଚ ଅପରେସନ କରି ଆତଙ୍କବାଦୀମାନଙ୍କୁ ଘେରି ରହିଥିଲେ । ଯାହାଫଳରେ ଉୟଙ୍କ ମଧ୍ୟରେ ହୋଇଥିଲା ଗୁଳି ଚାଳନା । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାତୀ ନିହତ ହୋଇଛି । ତେବେ ଏ ସମ୍ପର୍କରେ କାଶ୍ମୀରର ଏଡିଜିପି ସୂଚନା ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହି ଏନକାଉଣ୍ଟରରେ ଜଣେ ଜୈସ-ଏ- ମହମ୍ମଦ ଆତଙ୍କବାଦୀ ନିହତ ହୋଇଛି । ନିହତ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ କୁଲଗାମ-ସୋପିଆନ ଅଞ୍ଚଳରେ ସକ୍ରିୟ ଥିବା କାମରନ ଭାଇ ଛଦ୍ମନାମ (ହନିସ) ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ତେବେ ଏହା ପୂର୍ବରୁ ନଭେମ୍ବର ୨ ତାରିଖରେ ଜାମ୍ମୁ କାଶ୍ମୀରର ପୁଲୱାମା ଏବଂ ଅନନ୍ତନାଗ ଜିଲ୍ଲାରେ ଦୁଇଟି ପୃଥକ ମୁକାବିଲା ଘଟଣା ଘଟିଥିଲା। ଏହି ଦୁଇଟି ସ୍ଥାନରେ ସୁରକ୍ଷା ବାହିନୀ ଦ୍ୱାରା ଘଟିଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏହି ଅପରେସନରେ ସେନା ସହିତ ଜାମ୍ମୁ କାଶ୍ମୀରର ପୋଲିସ ମଧ୍ୟ ସାମିଲ ହୋଇଥିଲେ।

Get real time updates directly on you device, subscribe now.